ETV Bharat / state

ବଣଭୋଜି ହେଲା ଶେଷ ଭୋଜି, ଟ୍ରଲର ଧକ୍କାରେ 2 ମୃତ - 2 people died

2 people died in a Road mishap: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ଆସି ପହଞ୍ଚିଛି ସମ୍ବଲପୁରରୁ । ବଣ ଭୋଜି କରି ଫେରୁଥିବା ସମୟରେ ଟ୍ରଲର ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଆଗକୁ ପଢ଼ନ୍ତୁ,

ଟ୍ରଲର ଧକ୍କାରେ ୨ ଜଣଙ୍କର ମୃତ୍ୟୁ
ଟ୍ରଲର ଧକ୍କାରେ ୨ ଜଣଙ୍କର ମୃତ୍ୟୁ
author img

By ETV Bharat Odisha Team

Published : Dec 27, 2023, 10:16 PM IST

ଟ୍ରଲର ଧକ୍କାରେ ୨ ଜଣଙ୍କର ମୃତ୍ୟୁ

ସମ୍ବଲପୁର : ଆଉ କିଛି ଦିନ ପରେ ବିଦାୟ ନେବ 2023 । ସେନେଇ ଅନେକ ସ୍ଥାନରେ ଭୋଜି ସାଙ୍ଗକୁ ବୁଲାବୁଲି କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି । ତେବେ ଏହି ସମୟରେ ବିଭିନ୍ନ କାରଣରୁ ବର୍ଷ ଆରମ୍ଭରୁ ହିଁ ସଡ଼କ ଦୁର୍ଘଟଣା ଖବର ଶୁଣିବାକୁ ମିଳିଥାଏ । ସେହିଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ଆସି ପହଞ୍ଚିଛି ସମ୍ବଲପୁରରୁ । ବଣ ଭୋଜି କରି ଫେରୁଥିବା ସମୟରେ ଟ୍ରଲର ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।

ବଣଭୋଜି ହେଲା ଶେଷ ଭୋଜି l ବଣଭୋଜି କରି ଘରକୁ ଫେରୁଥିବା ସମୟରେ ରେଢ଼ାଖୋଲ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରଲର ଧକ୍କାରେ ୨ ଜଣ ମୃତ l କଟକ ୫୫ ନଂ ଜାତୀୟ ରାଜପଥର ରେଢ଼ାଖୋଲ ସହର ନିକଟ ଉଦ୍ୟାନ ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ଟ୍ରଲର ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ 2 ଜଣ ହେଲେ ରେଢାଖୋଲ ସହରର ରଜବାଟି ସାହିର ଶୁଭେନ୍ଦୁ ସାହୁ ( ଜୁଲୁ ) ଓ ରଥାସହିରର ଶ୍ୟାମସୁନ୍ଦର ଭିତିରିଆ ( ଚଗଲୁ ) । ଆଜି ଉଭୟ ତାଙ୍କ ସାଙ୍ଗ ମାନଙ୍କ ସହିତ ସରପାଲ ଜୋରକୁ ବଣ ଭୋଜି କରିବାକୁ ଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ..... କ୍ଷୀର ଆଣିବାକୁ ଯାଇଥିଲେ, ଜୀବନ ନେଲା ପଥର ବୋଝେଇ ଟ୍ରକ

ଭୋଜି ଖାଇ ସନ୍ଧ୍ୟା ପ୍ରାୟ 5ଟା ସମୟରେ ଏକ ବୁଲେଟ ଗାଡ଼ିରେ ଉଭୟ ସାଙ୍ଗ ଘରକୁ ଫେରୁଥିବା ବେଳେ ଘଟିଲା ଏହି ଅଘଟଣ । ସେହି ସମୟରେ ଆଗରେ ଯାଉଥିବା ଏକ ଗାଡ଼ିକୁ ଓଭରର୍ଟେକ୍ କରୁଥିବା ବେଳେ ସମ୍ମୁଖରରୁ ଆସୁଥିବା ଏକ ଟ୍ରଲର ସହିତ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା l ଫଳରେ ଘଟଣା ସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା l ସେପଟେ ଦୁର୍ଘଟଣା ଘଟାଇ ଟ୍ରଲର ଫେରାର ହୋଇଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଲୋକେ ସମ୍ବଲପୁର କଟକ ଜାତୀୟ ରାଜପଥ ଅବରୋଧ କରିଛନ୍ତି l ଘଟଣା ସ୍ଥଳରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ, ଏସଡ଼ିପିଓ ପ୍ରଶାନ୍ତ ମେହେର, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରୁଛନ୍ତି l ସାମାନ୍ୟ ଅସାବଧାନତା କାରଣରୁ ଦୁଇ ଜଣ ପ୍ରାଣ ହରାଇଲେ । ତେବେ ଅନେକ ସମୟରେ ଗାଡ଼ି ଚଳାଇବା ସମୟରେ ଅସାବଧାନତା ତଥା ମଦ୍ୟପାନ କାରଣରୁ କେତେଯେ ଜୀବନ ବଳି ପଡ଼ିଯାଉଛି ତାର ଠିକଣା ନାହିଁ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.