ETV Bharat / state

ସଡକ ସୁରକ୍ଷାର ମଙ୍ଗ ଧରିଲେ ରାୟଗଡ଼ା ଏସପି, ସଚେତନତା ବାର୍ତ୍ତା ସହ ବାଣ୍ଟିଲେ ହେଲମେଟ୍

author img

By

Published : Dec 5, 2019, 10:31 AM IST

ଦେଶରେ ଲାଗୁ ହୋଇଥିବା ନୂଆ ଟ୍ରାଫିକ୍ ଆଇନ ସଂପର୍କରେ ଲୋକମାନଙ୍କୁ ଅବଗତ ଏବଂ ଗାଡ଼ି ଚାଳନା ସମୟରେ ସତର୍କତା ଅବଲମ୍ବନ ପାଇଁ ଟ୍ରାଫିକ ସଚେତନତାର ମଙ୍ଗ ଧରିଲେ ରାୟଗଡ଼ା ଏସପି । ଏନେଇ  ଗୁରୁବାର ଏକ ବିରାଟ  ଶୋଭାଯାତ୍ରା  ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ଏସପି ନିଜେ ବାଇକ ଚଳାଇ ରାଲିର ନେତୃତ୍ବ ନେଇଥିଲେ ।

traffic awarness
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ଦେଶରେ ଲାଗୁ ହୋଇଥିବା ନୂଆ ଟ୍ରାଫିକ୍ ଆଇନ ସଂପର୍କରେ ଲୋକମାନଙ୍କୁ ଅବଗତ ଏବଂ ଗାଡ଼ି ଚାଳନା ସମୟରେ ସତର୍କତା ଅବଲମ୍ବନ ପାଇଁ ଟ୍ରାଫିକ ସଚେତନତାର ମଙ୍ଗ ଧରିଲେ ରାୟଗଡ଼ା ଏସପି । ଏନେଇ ଗୁରୁବାର ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ଏସପି ନିଜେ ବାଇକ ଚଳାଇ ରାଲିର ନେତୃତ୍ବ ନେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଏହି ଶୋଭାଯାତ୍ରାରେ ବାଇକ୍ ରାଲି, ପଥପ୍ରାନ୍ତ ନାଟକ ଏବଂ ସହରର ୨୫ଟି ବିଭିନ୍ନ ଅନୁଷ୍ଠାନ ସାମିଲ୍ ହୋଇଥିଲେ। ଜିସିଡି ପଡିଆରୁ ବାହାରିଥିବା ଏହି ବାଇକ ଶୋଭାଯାତ୍ରାକୁ ଏସପି ଉଦଘାଟନ କରିବା ସହ ନିଜେ ବାଇକ୍ ଚଳାଇ ସହର ପରିକ୍ରମା କରିଥିଲେ। ସେହିପରି ୫ଟି ସଚେତନତା ରଥ ସହ ସମସ୍ତ ବାଇକ ଆରୋହୀ ନିଜ ଗାଡିରେ ପ୍ଲାକାର୍ଡ ଧରି ସଚେତନତା ସୃଷ୍ଟି କରିଥିଲେ।

ଏହି ଶୋଭାଯାତ୍ରା ଜିସିଡି ପଡିଆରୁ ବାହାରି 326 ନଂ ଜାତୀୟ ରାଜପଥ ଦେଇ ସିରିଗୁଡା, ରୟତ କଲୋନୀ, ଓଭରବ୍ରିଜ, ରିଲାଏନ୍ସ ପେଟ୍ରୋଲ ପମ୍ପ, ତୁମ୍ବିଗୁଡା, ଓଏମପି, ୟୁଜିଏମଆଇଟି ଛକ, ରିଂ ରୋଡ ଦେଇ ମା ମଝିଘରିଆଣୀ ମନ୍ଦିର, ଏସବିଆଇ ଷ୍ଟେଟ ବ୍ୟାଙ୍କ ଛକ, ମୁଖ୍ୟ ବଜାର, ତହସିଲ ଛକ ଦେଇ ପଡିଆକୁ ଫେରିଥିଲା।

ଏହାପରେ ଜନଗହିଳ ପୂର୍ଣ୍ଣ ଛକରେ ଟ୍ରାଫିକ ନିୟମକୁ ନେଇ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା। ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଏସପି ଧନ୍ୟବାଦ ଜଣାଇବା ସହ ନୂଆ ଟ୍ରାଫିକ ନିୟମକୁ ମାନିବାକୁ ଶପଥ ପାଠ କରାଇଥିଲେ। ଏଥିସହ ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନ କରିବା, ଦ୍ରୁତଗତିରେ ଗାଡି ନ ଚଳାଇବା, ଟ୍ରାଫିକ ନିୟମ ଉଲ୍ଲଙ୍ଘନ ନ କରିବା, ସିଟ ବେଲ୍ଟ ପିନ୍ଧିବା, ହେଲମେଟ୍ ବ୍ୟବହାର କରିବା, ଗାଡିର ସଂପୂର୍ଣ୍ଣ କାଗଜପତ୍ର ରଖିବା, ବୀମା କରାଇବା ଆଦି ବିଷୟ ପ୍ରତି ସମସ୍ତ ଗାଡି ଚାଳକ ସଚେତନ ହେଲେ ସଡକ ଦୁର୍ଘଟଣାକୁ ଏଡାଇ ହେବ ବୋଲି ଏସପି ମତ ପ୍ରକାଶ କରିଥିଲେ।

ଏହି ଅବସରରେ ଟ୍ରକ ମାଲିକ ସଂଘ, ମୋଟର କର୍ମଚାରୀ ସଂଘ ଓ ଗୁଡ୍ସ ଟ୍ରାନ୍ସପୋର୍ଟ ଆସୋସିଏସନ ପକ୍ଷରୁ ଜିଲ୍ଲା ପୋଲିସକୁ ୨୫ଟି ହେଲମେଟ ପ୍ରଦାନ କରାଯାଇଥିଲା। ମହାବିଦ୍ୟାଳୟ ସ୍ତରରେ ଟ୍ରାଫିକ ସଚେତନ ପାଇଁ ବିଭିନ୍ନ ପ୍ରତିଯୋଗିତା କରାଯାଇ ପ୍ରତିଯୋଗୀଙ୍କୁ ଏହି ହେଲମେଟ ଗୁଡିକ ପୁରସ୍କାର ଭାବେ ପ୍ରଦାନ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି।

ଏସଡିପିଓ ତପନ ନାରାୟଣ ରଥ, ଜିଲ୍ଲା ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳେଇ, ମଟର ଯାନ ନରୀକ୍ଷକ ଶିବ ଶଙ୍କର ଚୌଧୁରୀ, ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ, ଏସଆଇ ରିଗାନ କିଣ୍ଡୋ, ମାନସ କୁମାର ସାହୁ ପ୍ରମୁଖ ଏହି ରାଲିରେ ସାମିଲ୍ ହୋଇଥିଲେ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଟ୍ରାଫିକ ସଚେତନତାର ମଙ୍ଗ ଧରିଲେ ରାୟଗଡ଼ା ଏସପି ,ସାମିଲ୍ ହେଲେ ୨୫ ସଂଗଠନ ।Body: ଦେଶରେ ଲାଗୁ ହୋଇଥିବା ନୂଆ ଟ୍ରାଫିକ୍ ଆଇନ ସଂପର୍କରେ ସମସ୍ତଙ୍କୁ ଅବଗତ ଏବଂ ଗାଡ଼ି ଚାଳନା ସମୟରେ ସତର୍କତା ଅବଲମ୍ବନ ପାଇଁ ଟ୍ରାଫିକ ସଚେତନତାର ମଙ୍ଗ ଧରିଲେ ରାୟଗଡ଼ା ଏସପି । ଏକ ବିରାଟ ଶୋଭାଯାତ୍ରାରେ ନିଜେ ବାଇକ ଚଲେଇ ଅନୁଷ୍ଠିତ ହୋଇଯାଇଛି। ଏହି ରାଲିର ନେତୃତ୍ବ ନେଇଥିଲେ । ଏଥିରେ ବାଇକ୍ ରାଲି, ପଥପ୍ରାନ୍ତ ନାଟକ ଓ ଶୋଭାଯାତ୍ରାରେ ସହରର ୨୫ଟି ବିଭିନ୍ନ ଅନୁଷ୍ଠାନ ସାମିଲ୍ ହୋଇଥିଲେ। ଜିସିଡି ପଡିଆରୁ ବାହାରିଥିବା ବାଇକ ଶୋଭାଯାତ୍ରାକୁ ଏସପି ଉଦଘାଟନ କରିବା ସହ ନିଜେ ବାଇକ୍ ଚଳାଇ ସହର ପରିକ୍ରମା କରିଥିଲେ। ସେହିପରି ୫ଟି ସଚେତନତା ରଥ ସହ ସମସ୍ତ ବାଇକ ଆରୋହୀ ନିଜ ଗାଡିରେ ପ୍ଲାକାର୍ଡ ଧରି ସଚେତନତା ସୃଷ୍ଟି କରିଥିଲେ। ଶୋଭାଯାତ୍ରା ଜିସିଡି ପଡିଆରୁ ବାହାରି ୩୨୬ ନଂ ଜାତୀୟ ରାଜପଥ ଦେଇ ସିରିଗୁଡା, ରୟତ କଲୋନୀ, ଓଭରବ୍ରିଜ, ରିଲାଏନ୍ସ ପେଟ୍ରୋଲ ପମ୍ପ, ତୁମ୍ବିଗୁଡା, ଓଏମପି, ୟୁଜିଏମଆଇଟି ଛକ, ରିଂ ରୋଡ ଦେଇ ମା ମଝିଘରିଆଣୀ ମନ୍ଦିର, ଏସବିଆଇ ଷ୍ଟେଟ ବ୍ୟାଙ୍କ ଛକ, ମୁଖ୍ୟ ବଜାର, ତହସିଲ ଛକ ଦେଇ ପଡିଆକୁ ଫେରିଥିଲା। ଜନଗହିଳ ପୂର୍ଣ ଛକରେ ଟ୍ରାଫିକ ନିୟମକୁ ନେଇ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା। ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଏସପି ଧନ୍ୟବାଦ ଜଣାଇବା ସହ ନୂଆ ଟ୍ରାଫିକ ନିୟମକୁ ମାନିବାକୁ ଶପଥ ପାଠ କରାଇଥିଲେ। ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନ କରିବା, ଦ୍ରୁତଗତିରେ ଗାଡି ନ ଚଳାଇବା, ଟ୍ରାଫିକ ନିୟମ ଉଂଲଘନ ନ କରିବା, ସିଟ ବେଲ୍ଟ ପିନ୍ଧିବା, ହେଲମେଟ୍ ବ୍ୟବହାର କରିବା, ଗାଡିର ସଂପୂର୍ଣ୍ଣ କାଗଜପତ୍ର ରଖିବା, ବୀମା କରାଇବା ଆଦି ବିଷୟ ପ୍ରତି ସମସ୍ତ ଗାଡି ଚାଳକ ସଚେତନ ହେଲେ ସଡକ ଦୁର୍ଘଟଣାକୁ ଏଡାଇ ହେବ ବୋଲି ଏସପି ମତ ପ୍ରକାଶ କରିଥିଲେ। ଏହି ଅବସରରେ ଟ୍ରକ ମାଲିକ ସଂଘ, ମୋଟର କର୍ମଚାରୀ ସଂଘ ଓ ଗୁଡସ ଟ୍ରାନ୍ସପୋର୍ଟ ଆସୋସିଏସନ ପକ୍ଷରୁ ଜିଲ୍ଲା ପୁଲିସକୁ ୨୫ଟି ହେଲମେଟ ପ୍ରଦାନ କରାଯାଇଥିଲା। ମହାବିଦ୍ୟାଳୟସ୍ତରରେ ଟ୍ରାଫିକ ସଚେତନ ପାଇଁ ବିଭିନ୍ନ ପ୍ରତିଯୋଗିତା କରାଯାଇ ପ୍ରତିଯୋଗୀଙ୍କୁ ଏହି ହେଲମେଟ ଗୁଡିକ ପୁରସ୍କାର ଭାବେ ପ୍ରଦାନ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି। ଏସଡିପିଓ ତପନ ନାରାୟଣ ରଥ, ଜିଲ୍ଲା ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳେଇ, ମଟର ଯାନ ନରୀକ୍ଷିକ ଶିବ ଶଙ୍କର ଚୌଧୁରୀ, ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ, ଏସଆଇ ରିଗାନ କିଣ୍ଡୋ, ମାନସ କୁମାର ସାହୁ ପ୍ରମୁଖ ରାଲିରେ ସାମିଲ୍ ହୋଇଥିଲେ।Conclusion:ଟ୍ରାଫିକ ସଚେତନତାର ମଙ୍ଗ ଧରିଲେ ରାୟଗଡ଼ା ଏସପି ,ସାମିଲ୍ ହେଲେ ୨୫ ସଂଗଠନ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.