ETV Bharat / state

ବର୍ଷା ଭୟରେ ଅଣ୍ଟାରିଗୁୁଡା ଗାଁ - ଅଣ୍ଟାରିଗୁଡାବାସୀଙ୍କ ଚିନ୍ତା ବଢାଉଛି ବର୍ଷା

ବର୍ଷା ଭୟରେ ଅଣ୍ଟାରିଗୁଡା ଗାଁ । ସାମାନ୍ୟରୁ ଅଧିକ ବର୍ଷା ହେଲେ ହଜିଯାଉଛି ରାୟଗଡା ଜିଲ୍ଲାର ଅଣ୍ଟାରିଗୁଡା ଗ୍ରାମବାସୀଙ୍କ ନିଦ । କାଳେ କେତେବେଳେ ଭୟଙ୍କର ରୂପ ଧାରଣ କରିନେବ ନାଗାବଳୀ ନଦୀ । ଆଉ ଉଜାଡି ଦେବ ଜନଜୀବନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା
author img

By

Published : Aug 10, 2019, 10:42 AM IST

ରାୟଗଡ଼ା: ନାଗାବଳୀ ନଦୀ କୂଳରେ ଥିବା ଅଣ୍ଟାରିଗୁଡାବାସୀଙ୍କ ଚିନ୍ତା ବଢାଉଛି ବର୍ଷା । କେତେବେଳେ ଯେ ବିପଦ ଘନେଇ ଆସିବ ସେ ଭୟରେ ଦିନ କାଟୁଛନ୍ତି ଗ୍ରାମବାସୀ । ନଦୀ ପାଣି ଯେତେ ବଢିବାରେ ଲାଗୁଛି ମନରେ ଡର ସେତିକି ବଢିବାରେ ଲାଗୁଛି । ଫଳରେ ଦିନ ରାତି ପାଳି କରି ନଇ କୂଳକୁ ଅନାଇ ବସିଛନ୍ତି ଲୋକେ ।

ରାୟଗଡ଼ା ଜିଲ୍ଲାର ପୌର ପରିଷଦ ଅଧିନ 11 ନମ୍ବର ୱାର୍ଡ ହେଉଛି ଅଣ୍ଟାରିଗୁଡା ଗାଁ । 60ଟି ଆଦିବାସୀ ପରିବାରକୁ ନେଇ ଏ ଗାଁ ପାଖ ଦେଇ ବୋହି ଯାଇଛି ନାଗାବଳୀ ନଦୀ । ଯାହା ଏମାନଙ୍କ ପାଇଁ ଅଭିଶପ୍ତ ପାଲଟିଛି । ଟିକିଏ ବର୍ଷାରେ ଭୟଙ୍କର ହୋଇଉଠେ ନଦୀ । ସତେ ଯେମିତି କାଳ ଏମାନଙ୍କ ପିଛା କରୁଛି । ଦିନ ଥିଲା ଗାଁର ୨୦୦ମିଟର ଦୂରରେ ବହୁଥିଲା ନାଗାବଳୀ । ହେଲେ ଏବେ କେଇ ବର୍ଷ ହେବ ଗାଁ ମୁହାଁ ହୋଇଛି ନଦୀ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

ଏପଟେ ପୂର୍ବ ପୁରୁଷରୁ ଚାଷବାସ କରି ରହି ଆସୁଥିବା ଏଠାକାର ବାସିନ୍ଦାଙ୍କୁ ଘାରିଛି ଭିଟାମାଟି ଚିନ୍ତା। ଦୀର୍ଘ ବର୍ଷ ଧରି ଗାଁର ସୁରକ୍ଷା ପାଇଁ ପୌର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ନିକଟରେ ଗୁହାରୀ କଲେ ମଧ୍ୟ ସମାଧାନର ବାଟ ଫିଟୁନାହିଁ । ତେବେ ଏ ଦିଗରେ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ନଦୀଗର୍ଭରେ ଲୀନ ହୋଇଯିବ ଗାଁ । ଅନ୍ୟପଟେ, ନଦୀବନ୍ଧ ବାନ୍ଧିବା ଜଳସେଚନ ବିଭାଗର କାର୍ଯ୍ୟ ଓ ଏହି ସମସ୍ୟାକୁ ତିନି କୋଟି ବ୍ୟୟ ଅଟକଳର ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ପୌର ଅଧିକାରୀ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ବର୍ଷା ଦିନ ଆସିଲେ ଚିନ୍ତା ବଢୁଛି ନାଗାବଳୀ ନଦୀ କୁଳରେ ରହୁଥିବା ଅଣ୍ଟାରିଗୁଡା ଗ୍ରାମବାସୀଙ୍କର । କେତେ ବେଳେ ଯେ ବିପଦ ଘନେଇ ଆସିବ ସେ ଚିନ୍ତାରେ ସମୟ କାଟୁଛନ୍ତି ଗ୍ରାମବାସୀ। ନଦୀରେ ପାଣି ଯେତେ ବଢିବାରେ ଲାଗେ ଲୋକଙ୍କ ମନରେ ଭୟ ମଧ୍ୟ ଦ୍ବୀଗୁଣିତ ହେବାରେ ଲାଗୁଛି । ଦିନ ରାତି ପାଳି କରି ଲୋକେ ଅନାଇ ବସିଥାନ୍ତି ନଇକୂଳକୁ । ଏଭଳି ଅବସ୍ତାରେ ଦିନକଟୁଛିନ୍ତି ରାୟଗଡା ଜିଲ୍ଲା ସଦର ମହୁକମାର ପୌର ପରିଷଦ ଅଧୀନରେ ରହିଥିବା ଅଣ୍ଟାରିଗୁଡା ଗ୍ରାମବସି ।Body:ଏ ହେଉଛି ରାୟଗଡା ଜିଲ୍ଲା ସଦର ମହୁକମାରର ପୌର ପରିଷଦ ଅଧୀନ ୧୧ ନମ୍ବର ୱର୍ଡରରେ ଥିବା ଅଣ୍ଟାରିଗୁଡା ଗାଁ । ଏହି ଗାଁରେ ୬୦ ଟି ଆଦିବାସୀ ପରିବାର ବସବାସ କରୁଛନ୍ତି । ତେବେ ଗାଁ ଦେଇ ବାହିଥିବା ନାଗାବଳୀ ଗ୍ରାମବାସୀଙ୍କ ପାଇଁ ପାଲଟିଛି ଅଭିଶପ୍ତ । ଟିକିଏ ବର୍ଷା ହେଲେ ନାଗବଳୀର ପାଣିକୁ ଦେଖି ନିଦ ହଜିଯାଏ ଗ୍ରାମବାସୀଙ୍କ । ଦିନ ଥିଲା ଗାଁର ୨୦୦ମିଟର ଦୂରରେ ବହୁଥିଲା ନାଗାବଳୀ । ହେଲେ ଏବେ କେଇବର୍ଷ ହେବ ଗାଁ ମୁହାଁ ହୋଇଛି ନଦୀ ।
ବାଇଟ -୧-ଅଣ୍ଟାରି ଆପନା (ଅଣ୍ଟାରିଗୁଡା ଗ୍ରାମବାସୀ)
ବାଇଟ- ୨ ଗୌରିମଣି (ଅଣ୍ଟାରିଗୁଡା ଗ୍ରାମବାସୀ)Conclusion: ବର୍ତ୍ତମାନ ଠାରୁ ଯଦି ଯୋଜନା କରାନଯାଏ ତେବେ କେତେବେଳେ ଅଂଟାରିଗୁଡା ଗାଁ ନାଗାବଳୀ ନଦୀଗର୍ଭରେ ଲୀନ ହୋଇଯିବ ତାହା କହି ହବ ନହିଁ । ଏପଟେ ପୂର୍ବ ପୁରୁଷରୁ ଚାଷବାସ କରି ରହି ଆସୁଥିବା ଏଠିକା ବାସିନ୍ଦାଙ୍କୁ ଏବେ ଘାରିଛି ଭିଟାମାଟି ଚିନ୍ତା । ଦୀର୍ଘ ବର୍ଷ ଧରି ଗାଁର ସୁରକ୍ଷା ପାଇଁ ପୌର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ନିକଟରେ ହାରିଗୁହାରି କାଲେ ମଧ୍ୟ ସମାଧାନର ବାଟ ଫିଟୁନହିଁ । ଅପରପକ୍ଷେ ନଦୀବନ୍ଧ ବାନ୍ଧିବା ଜଳସେଚନ ବିଭାଗର କାର‌୍ୟ୍ୟ ଏବଂ ଏହି ସମସ୍ୟାକୁ ତିନି କୋଟି ବ୍ୟୟ ଅଟକଳର ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ପୌର ଅଧିକାରୀ ।

ବାଇଟ-୩ - ସଚିଦାନନ୍ଦ ଶତପଥୀ (କାର‌୍ୟ୍ୟ ନିର୍ବାହୀ ଅଧିକାରୀ , ପୌର ସଂସ୍ଥା , ରାୟଗଡ଼ )
ପିଟୁସି - ରଞ୍ଜନ ରଥ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.