ETV Bharat / state

କରୋନା ଯୁଦ୍ଧରେ ସାମିଲ ଚିତ୍ରକାର - fight against corona

କରୋନା ଯୁଦ୍ଧର ନୂଆ ଯୋଦ୍ଧା ସାଜିଛନ୍ତି ଜଣେ ଯୁବ ଚିତ୍ରକାର ସାଇରାମ । ନିଜର ଅନ୍ତର୍ନିହିତ କଳାକୁ ପାଥେୟ କରି ମହାମାରୀକୁ ପ୍ରତିହତ କରିବାକୁ ଆଗେଇ ଆସିଛନ୍ତି ସେ । ଅଧିକ ପଢନ୍ତୁ...

କରୋନା ଯୁଦ୍ଧରେ ସାମିଲ ଚିତ୍ରକାର
କରୋନା ଯୁଦ୍ଧରେ ସାମିଲ ଚିତ୍ରକାର
author img

By

Published : Apr 15, 2020, 8:15 PM IST

ରାୟଗଡା: କରୋନା ଯୁଦ୍ଧର ନୂଆ ଯୋଦ୍ଧା ସାଜିଛନ୍ତି ଜଣେ ଯୁବ ଚିତ୍ରକାର । ବିଷମ କଟକର ସାଇରାମ ପଟ୍ଟନାୟକ ଜଣେ ଚିତ୍ରକାର ଭାବେ ସେହି ଅଞ୍ଚଳରେ ବେଶ୍‌ ଜଣାଶୁଣା । କୋରୋନାକୁ ନେଇ ଲୋକଙ୍କୁ ସଚେତନ କରିବାକୁ ଏହି ଯୁଦ୍ଧରେ ସାମିଲ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ପରେ ଆଗେଇ ଆସିଛନ୍ତି ସାଇରାମ । ଯଦିଓ ଆର୍ଥିକ କ୍ଷେତ୍ରରେ ସହାୟତା କରିବା ତାଙ୍କ ପକ୍ଷେ ଅସମ୍ଭବ, ହେଲେ ବି ନିଜର ଅନ୍ତର୍ନିହିତ କଳାକୁ ପାଥେୟ କରି ମହାମାରୀକୁ ପ୍ରତିହତ କରିବାକୁ ଆଗେଇ ଆସିଛନ୍ତି ସେ ।

କରୋନା ଯୁଦ୍ଧରେ ସାମିଲ ଚିତ୍ରକାର

ୱାଲ ପେଣ୍ଟିଙ୍ଗ୍‌ ଜରିଆରେ ସାଇରାମ ଲୋକଙ୍କୁ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା । ସ୍ବଳ୍ପ ରୋଜଗାରରେ ରଙ୍ଗ କିଣି ନିଜ ସହରରେ ବିଭିନ୍ନ ସ୍ଥାନରେ 30ରୁ ଉର୍ଦ୍ଧ୍ବ କୋରୋନା ସମ୍ପର୍କିତ ୱାଲ ପେଣ୍ଟିଙ୍ଗ କରିଛନ୍ତି ସେ । ଘରେ ରହିବା, ହାତ ଧୋଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଆଦି ସଚେତନ ବାର୍ତ୍ତାକୁ ନେଇ ୱାଲ ପେଣ୍ଟିଙ୍ଗ ଆଙ୍କିଛନ୍ତି ଏହି କଳାକାର। ଏଥିସହିତ ଓଡ଼ିଶାରେ ସମସ୍ତ କଳାକାରଙ୍କୁ ଏଭଳି ଘଡିସନ୍ଧି ସମୟରେ ଲୋକଙ୍କୁ ୱାଲ ପେଣ୍ଟିଙ୍ଗ କରି ସଚେତନ କରାଇବାକୁ ଆହ୍ବାନ ଦେଇଛନ୍ତି ସାଇରାମ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.