ରାୟଗଡ଼ା : ଓଡିଶା ଅବକାରୀ କମିଶନର ଓ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକଙ୍କ ତତ୍ତ୍ବାବଧାନରେ ସ୍ୱତନ୍ତ୍ର ଅଭିଯାନ ଜରିଆରେ ଗୁଣପୁର ଏବଂ ରାୟଗଡ଼ା ଅବକାରୀ ପୁଲିସର ମିଳିତ ଉଦ୍ୟମରେ ଜୋରଦାର ଚଢ଼ାଉ କରାଯାଇଛି । ଏହି କ୍ରମରେ ୬ଟି ମାମଲା ରୁଜୁ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଛି ।
ରାୟଗଡା ଅବକାରୀ ପୋଲିସ, ଗୁଣପୁର ପୁଲିସ ଅଭିଯୁକ୍ତଙ୍କ ଠାରୁ ୩୨୫ ଲିଟର ଆଇଡି ଲିକର, ଏମଏଫୱାସ ୪,୧୩୦ ଲିଟର ମଦ ଜବତ କରିଛନ୍ତି । ଏହାସହ ମଦ ତିଆରି ସାମଗ୍ରୀକୁ ଘଟଣାସ୍ଥଳରେ ହିଁ ନଷ୍ଟ କରିଛନ୍ତି ବୋଲି ଅବକାରୀ ଅଧୀକ୍ଷକ ଅଭିରାମ ବେହେରା ସୂଚନା ଦେଇଛନ୍ତି ।
ଏହି ଚଢ଼ାଉ ସମୟରେ ଗୁଣପୁର ନିରୀକ୍ଷକ ହିତାନସୁ ଶେଖର ମଲ୍ଲିକଏନକେ ସମେତ ଗୁଡାରି, ବିଷମକଟକ ଓ ଗୁଣପୁରର ଅବକାରୀ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ ।
ଇଟିଭି ଭାରତ, ରାୟଗଡ଼ା