ରାୟଗଡା: ଜିଲ୍ଲାସ୍ତରୀୟ ବିତ୍ତୀୟ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ସଭାଗୃହରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବରିଷ୍ଠ ନାଗରିକ ଓ ପେନସନଧାରୀଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଛି । ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଧୀରେନ୍ଦ୍ର ନାଥ ବିହାରୀ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବିମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନାରେ ସାମିଲ ହୋଇ ଏହାର ଲାଭ ଉଠାଇବା ପାଇଁ କହିଥିଲେ । ବାର୍ଷିକ ୪୩୬ ଓ ୨୦ଟଙ୍କା ଦେଇ ଉପରୋକ୍ତ କୈଣସି ଯୋଜନାରେ ସାମିଲ ହୋଇପାରିବେ । କୌଣସି ମୃତ୍ୟୁ ଜନିତ ୨ଲକ୍ଷ ଟଙ୍କା ସର୍ବମୋଟ ଦୁଇଟି ଯୋଜନାରେ ୪ଲକ୍ଷ ଟଙ୍କା ପରିବାର ମନୋନୀତ ସଦସ୍ୟମାନେ ପାଇ ପାରିବେ ବୋଲି ସୂଚନା ଦେଇଥିଲେ l
ଅନ୍ୟତମ ବକ୍ତାଭାବେ ରାୟଗଡ ମୁଖ୍ୟ ଡାକ ମଣ୍ଡଳ ଅଧିକ୍ଷକ ନବୀନ ଚନ୍ଦ୍ର ପାଢ଼ୀ ଯୋଗ ଦେଇ ଡାକଘରରେ ପ୍ରଚଳିତ ବିଭିନ୍ନ ସ୍ବଳ୍ପ ସଞ୍ଚୟ ଯୋଜନା ବିଷୟରେ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ l ଵିଶେଷ କରି ଆଧାର ସିଷ୍ଟମ ବ୍ୟବହାର, ଆଧାର ଇନାବଲଡ଼ ପେମେଣ୍ଟ ସିଷ୍ଟମ ବ୍ୟବହାର କରି କିପରି ଘରେ ବସି ଅନ୍ୟ ବ୍ୟାଙ୍କରୁ ୧୦ ହଜାର ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ ସେ ସମ୍ପର୍କରେ ବୁଝାଇଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ଜଣ ବରିଷ୍ଠ ନାଗରିକ ଓ ପେନସନଧାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l
ଇଟିଭି ଭାରତ ,ରାୟଗଡା