ରାୟଗଡା : ମୌଳିକ ସମସ୍ୟାକୁ ନେଇ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆପ୍ ପକ୍ଷରୁ ବିକ୍ଷୋଭ କରାଯାଇଛି । ସୋମବାର ଦଳର ରାଜ୍ୟ ସମ୍ପାଦକ ଜନ୍ମେଜୟ ସ୍ବାଇଁଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।
ଏହି ବିକ୍ଷୋଭ ପ୍ରଦର୍ଶନରେ ଆମ ଆଦମୀ ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଯୋଗ ଦେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଦିଲ୍ଲୀ ଢାଞ୍ଚାରେ ଓଡିଶାରେ ମଧ୍ୟ ଲାଗୁ କରିବାକୁ ଦାବି କରିଥିଲେ । ସେ କହିଥିଲେ ଦିଲ୍ଲୀ ସରକାର ଲୋକଙ୍କୁ ମାଗଣା ବିଦ୍ୟୁତ, ପାନୀୟଜଳ ଯୋଗାଉଥିବାବେଳେ ଶ୍ରମିକଙ୍କୁ 3 ହଜାର ଭତ୍ତା ଟଙ୍କା ଦେବାକୁ ଦାବି ହୋଇଛି ।
ଅନ୍ୟପଟେ ଦିଲ୍ଲୀ ସରକାରଙ୍କ ରାଜସ୍ବ ବଢୁଥିବାବେଳେ, ଓଡିଶା ସରକାର ରଣ କରିବାରେ ଲାଗିଛନ୍ତି । ଯାହା ଏକ ଲଜ୍ଜାଜନକ ଘଟଣା ବୋଲି ସେ କହିଥିଲେ । ଏହାସହ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଘରବାରି ପଟା, ଘର ଯୋଗାଇଦେବା, ରେଳବାଇ ଜାଗାରେ ରହୁଥିବା ଭୂମିହୀନ ବସ୍ତିର ଲୋକଙ୍କୁ ଉଚ୍ଛେଦ ପୂର୍ବରୁ ଥଇଥା, ସମସ୍ତ ଗରିବ ଏବଂ ମଧ୍ୟମ ଶ୍ରେଣୀର ଲୋକଙ୍କୁ 200 ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଓ 400 ୟୁନିଟ ପର୍ଯ୍ୟନ୍ତ ଅଧା ଦାମରେ ବିଦ୍ୟୁତ ଯୋଗାଇଦେବା ସହ ମାସିକ ଭତ୍ତା 1500 ଟଙ୍କାକୁ ବୃଦ୍ଧି କରିବାକୁ ଦାବି ପତ୍ରରେ ଦର୍ଶାଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ