ରାୟଗଡ଼ା: ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଗ୍ରାମର ପଞ୍ଚାନନ ପୂଜାରୀଙ୍କ 19 ବର୍ଷର ପୁଅ ବିଭୁତି ପୂଜାରୀଙ୍କୁ ପୁଣେରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଗତ 19 ତାରିଖରେ ପୁଣେରୁ ଭୁବନେଶ୍ବର ଏବଂ ପରେ ବିଶାଖାପାଟଣା ଆସି ସେଠାରୁ ଏଲପି-ଧନବାଦ ଟ୍ରେନରେ ଟିଟିଲାଗଡ ଯିବା ବାଟରେ ରାୟଗଡା ନିକଟବର୍ତ୍ତୀ ଲାଡା ଷ୍ଟେସନ ନିକଟରେ କିଛି ଲୋକ ତାଙ୍କୁ ଅପହରଣ କରି ନେଇଥିଲେ ।
ତାଙ୍କୁ ମୁଣ୍ଡ ଜାମିନ ରଖି ତାଙ୍କ ବାପାଙ୍କୁ ଫୋନ ଯୋଗେ 10 ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନଦେଲେ ପୁଅକୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ । ଏନେଇ ଅପହୃତ ଛାତ୍ରର ପିତା ରାୟଗଡା ଏସପିଙ୍କୁ ଜଣାଇବା ପରେ ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରି ଅପହୃତ ଛାତ୍ର ବିଭୁତିଙ୍କୁ ଉଦ୍ଧାର କରିଥିଲା । ତେବେ ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା କେମିତି ଥିଲା ସେ ରାତିର ଅପହରଣ ଘଟଣା ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ