ETV Bharat / state

ରାୟଗଡାର ୧୯ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୬୨୦୦ ପରୀକ୍ଷାର୍ଥୀ

ରାୟଗଡା ଜିଲ୍ଲାର 19 କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୬୨୦୦ ଯୁକ୍ତଦୁଇ ପରୀକ୍ଷାର୍ଥୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ସାରା ରାଜ୍ୟରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ।

୧୯ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୬୨୦୦ ପରୀକ୍ଷାର୍ଥୀ

author img

By

Published : Mar 3, 2020, 10:38 PM IST

ରାୟଗଡା: ଜିଲ୍ଲାର 19 କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୬୨୦୦ ଯୁକ୍ତଦୁଇ ପରୀକ୍ଷାର୍ଥୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ସାରା ରାଜ୍ୟରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ।

୧୯ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୬୨୦୦ ପରୀକ୍ଷାର୍ଥୀ

ରାୟଗଡା ଜିଲ୍ଲା ଯୁକ୍ତ ଦୁଇରେ ଅଧ୍ୟୟନ ମୋଟ ତିନୋଟି ବିଭାଗ ବିଜ୍ଞାନ, କଳା ଓ ବାଣିଜ୍ୟ ପାଠ୍ୟକ୍ରମରେ ପ୍ରାୟ ୬୨୦୦ରୁ ଉର୍ଦ୍ଧ ବିଦ୍ୟାର୍ଥୀ ପରୀକ୍ଷା ଦେଉଥିବା ଜଣାଯାଇଛି। ସମଗ୍ର ଜିଲ୍ଲାରେ ୧୯ଟି ପରୀକ୍ଷା କେନ୍ଦ୍ର ହୋଇଥିବାସ୍ଥଳେ 5ଟି ସ୍ଥାନକୁ ପ୍ରଶ୍ନପତ୍ର ହବରେ ପରିଣତ କରାଯାଇଛି । କାଶୀପୁର, ରାୟଗଡା, ଗୁଣୁପୁର, ବିଷମକଟକ ଏବଂ ପଦ୍ମପୁରଠାରେ ପ୍ରଶ୍ନପତ୍ର ହବ କରାଯାଇଥିବା ଜଣାଯାଇଛି।

ମଙ୍ଗଳବାର ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ବୁଧବାର ଦିନ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ପରିଚାଳନା ଦୃଷ୍ଟିରୁ ସମସ୍ତ ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ହବରେ ୨୪ ଘଣ୍ଟିଆ ସିସିଟିଭି ଲଗାଯିବା ସହ ପୋଲିସ ମୁତୟନ ହୋଇଥିବା ଜିଲ୍ଲା ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ଅଧିକାରୀ ଡଃ ଅରୁଣ କୁମାର ମିଶ୍ର ସୂଚନା ଦେଇଛନ୍ତି।

ତେବେ ଏହି ପରିକ୍ଷାରେ କୌଣସି ପ୍ରକାର ବିଭ୍ରାଟ କିମ୍ବା କପି ଧରାପଡ଼ି ନଥିବା ଡଃ ମିଶ୍ର କହିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.