ସୂଚନା ଅନୁଯାୟୀ, ରବିବାର ସକାଳ 9ଟା ସମୟରେ ଶିବରାମ ଏବଂ ହରନାଥ ପୁରୀ ବେଳାଭୂମି ନିକଟରେ ଥିବା ବାରିଣୀ ଛକ ପାର୍କିଂ ସମ୍ମୁଖରେ ଗାଧୋଇବା ପାଇଁ ଯାଇଥିଲେ । ତେବେ ଗାଧୋଇବା ସମୟରେ ଲହଡି ମାଡ଼ରେ ଶିବରାମ ସାହୁ(17) ଓ ହରନାଥ ରାଉତରାୟ (18 )ବୁଡି ଯାଉଥିଲେ।
ତେବେ ଖବର ପାଇବା ପରେ ସେଠାରେ ମୁତୟନ ଥିବା ଲାଇଫ ଗାର୍ଡ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ । ଏହାପରେ ଯୁବକଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା ।
ତେବେ ସମୁଦ୍ରରେ ଗାଧୋଇବା ସମୟରେ ପର୍ଯ୍ୟଟକମାନେ ସତର୍କତା ଅବଲମ୍ବନ କଲେ ଏଭଳି ଦୁର୍ଘଟଣାକୁ ଏଡାଇ ହେବ ବୋଲି ମତ ପ୍ରକାଶ ପାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ନ୍ୟୁଜ୍