ବ୍ରହ୍ମଗିରି: ବାଲି ହରଚଣ୍ଡୀରେ ରଜ ପର୍ବ ଲାଗି ଜାରି ହେବ 144 ଧାରା । ପୁରୀ ଜିଲ୍ଲାର ପ୍ରସିଦ୍ଧ ବାଲି ହରଚଣ୍ଡୀ ପୀଠରେ ରଜକୁ ଦେଖି ପ୍ରଶାସନ 144 ଧାରା ଜାରି କରିବାର ନିଷ୍ପତ୍ତି ନେଇଛି ।
ପୁରୀ ଜିଲ୍ଲା ବ୍ରହ୍ମଗିରିର ମା ବାଲି ହରଚଣ୍ଡୀ ପୀଠରେ ଗଣପର୍ବ ରଜ ବେଶ୍ ଧୁମଧାମରେ ପାଳନ କରାଯାଇଥାଏ । ସ୍ଥାନୀୟ ଅଞ୍ଚଳର 500ରୁ ଉର୍ଦ୍ଧ ଗ୍ରାମର ଲୋକମାନେ ଏକତ୍ରିତ ହୋଇ ରଜ 4 ଦିନ ସେଠାରେ ରଜ ପାଳନ କରିଥାନ୍ତି । ଚଳିତ ବର୍ଷ ପ୍ରଶାସନ ଏହାକୁ ବନ୍ଦ କରି 13 ତାରିଖ ଠାରୁ 20 ତାରିଖ ପର୍ଯ୍ୟନ୍ତ ପୀଠରେ 144 ଧାରା ଜାରି କରିଛନ୍ତି । ଏହି ସମୟରେ ଭକ୍ତ ମାନଙ୍କୁ ମନ୍ଦିର ଆସିବାରେ ବାରଣ କରାଯାଇଛି । କେବଳ ପାଳିଆ ସେବାୟତ ମାନେ ଆସିବା ପାଇଁ ଅନୁମତି ଦିଆଯାଇଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ