ପୁରୀ: ବଡଦାଣ୍ଡରେ ଗଡିଲା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । ପ୍ରଥମେ ତାଳଧ୍ବଜ ପରେ ଗଡିଲା ଦେବଦଳନ । ଗଜପତି ମହାରାଜାଙ୍କ ଛେରା ପହଁରା ପରେ ଗଡିଛି ମା’ଙ୍କ ରଥ । ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନରେ ଲକ୍ଷ ଲକ୍ଷ ଭକ୍ତ ଏକାକାର ହୋଇଛନ୍ତି ।
ବଡଦାଣ୍ଡ ଜନସମୁଦ୍ର ପାଲଟି ଥିବାବେଳେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଛି ସୁଭଦ୍ରାଙ୍କ ରଥ । ତିନି ରଥରେ ଗଜପତି ମହାରାଜ ଛେରା ପହଁରା ନୀତି କରିବା ପରେ ରଥରେ ଚାରମାଳ କଢା ଯାଇ ରଥ ଦଉଡି ଲଗା ଯାଇଥିଲା । ଏହାପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ରଥ ଟାଣି ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ