ETV Bharat / state

ରଥ ନିର୍ମାଣ ନେଇ ଭିଡିଓ କନଫରେନ୍ସରେ ବୈଠକ

ଲକଡାଉନ ଭିତରେ ଚଳିତବର୍ଷ ରଥଯାତ୍ରା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏନେଇ ଆଜି ଅପରାହ୍ନରେ ଭିଡିଓ କନଫରେନ୍ସ ଜରିଆରେ ବୈଠକ ହେବ ବୋଲି ଜଣାପଡିଛି ।

ସୋମବାର ରଥ ନିର୍ମାଣ ନେଇ ଭିଡିଓକନଫରେନ୍ସରେ ବୈଠକ

author img

By

Published : May 4, 2020, 10:59 AM IST

ପୁରୀ: ତୃତୀୟ ପର୍ଯ୍ୟାୟ କୋରୋନା ଲକଡାଉନ ପରେ ରଥ ନିର୍ମାଣ ନେଇ ଆଶା ଅଶଙ୍କା ଦେଖାଦେଇଛି । ଚଳିତ ବର୍ଷ ରଥଯାତ୍ରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ପାଇଁ ସୋମବାର ଅପରାହ୍ନରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବବୋଲି ସୂଚନା ରହିଛି ।

ସୋମବାର ରଥ ନିର୍ମାଣ ନେଇ ଭିଡିଓକନଫରେନ୍ସରେ ବୈଠକ
ସୋମବାର ରଥ ନିର୍ମାଣ ନେଇ ଭିଡିଓକନଫରେନ୍ସରେ ବୈଠକ

ଭିଡିଓ କନଫରରେନ୍ସରେ ଏନେଇ ବୈଠକ ହେବ ବୋଲି ଜଣାପଡିଛି । ଏଥିରେ ଗଜପତି ମହାରାଜଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ପୁରୀ ଜିଲ୍ଲାପାଳ , ଏସପି ଯୋଗ ଦେବେ ।

ତେବ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ବେଳେ ମହାପ୍ରଭୁଙ୍କ ରଥ ନିର୍ମାଣ ଅନୁକୂଳ ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଏହାପରେ ରଥ ଖଳାରେ ରଥ ନିର୍ମାଣ ଆରମ୍ଭ ହୋଇନାହିଁ । ଯଦି ଆଜି କି ଆସନ୍ତାକାଲି ମଧ୍ୟରେ ରଥ ନିର୍ମାଣ ଆରମ୍ଭ ହେବ ନାହିଁ । ତେବେ ରଥଯାତ୍ରା ପୂର୍ବରୁ ରଥ ନିର୍ମାଣ ମଧ୍ୟ ସମ୍ଭବ ନୁହେଁ । ରଥ ନିର୍ମାଣ ନହୁଏ ତେବେ ରଥଯାତ୍ରା ମଧ୍ୟ ସମ୍ଭବ ହେବ ନାହିଁ । ତେବେ ଆଜିର ବୈଠକରେ ନିଆଯିବାକୁ ଥିବା ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.