ପୁରୀ: ଗୁଣ୍ଡିଚା ମନ୍ଦିରରେ JTP(ଶ୍ରୀମନ୍ଦିର ସୁରକ୍ଷାକର୍ମୀ) ଙ୍କୁ ସେବାୟତଙ୍କ ମାଡ଼ ମାରିବା ଘଟଣାରେ ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ବାଡ଼ଗ୍ରାହୀଙ୍କ ପୁଅ ଜଗଦୀଶ ଦାସମହାପାତ୍ର ଗିରଫ ହୋଇଛନ୍ତି ।
ହେରାପଞ୍ଚମୀ ଦିନ ଗୁଣ୍ଡିଚା ମନ୍ଦିରରେ ଡ୍ୟୁଟିରେ ଥିଲେ ଶ୍ରୀମନ୍ଦିର ପୋଲିସ ସୁଦର୍ଶନ ସାହୁ । କୌଣସି କାରଣରୁ ତାଙ୍କୁ ଜଗଦୀଶ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହି ମାମଲାରେ କୁମ୍ଭାରପଡ଼ା ଥାନାରେ ମାମଲା ରୁଜୁ ହୋଇଥିଲା । ପରେ ପୋଲିସ ତଦନ୍ତ କରି ତାଙ୍କୁ ଗିରଫ କରିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ