ETV Bharat / state

ମଦ ପିଇ ଯୁବକଙ୍କ ମୃତ୍ୟୁ ପରେ ମଦଭାଟି ଭାଙ୍ଗିଲେ ଉତ୍ତ୍ୟକ୍ତ ମହିଳା

author img

By

Published : Oct 18, 2019, 7:37 PM IST

ବ୍ରହ୍ମଗିରି ବ୍ଲକର କପିଳେଶ୍ବରପୁର ପଞ୍ଚାୟତରେ ମଦ ପିଇ ଯୁବକର ମୃତ୍ୟୁ । ଏହାର ପ୍ରତିବାଦରେ ଶତାଧିକ ମହିଳା ଏକଜୁଟ ହୋଇ ଦେଶୀ ମଦଭାଟି ଭାଙ୍ଗି ଚୂରମାର କରିବା ସହ ଗ୍ରାମରେ ମଦମୁକ୍ତ ପାଇଁ ସଂକଳ୍ପ ନେଇଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି,ବ୍ରହ୍ମଗିରି

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ସଦର ଥାନା ଅନ୍ତର୍ଗତ କପିଳେଶ୍ବରପୁର ପଞ୍ଚାୟତରେ ମଦ ପିଇ ଯୁବକର ମୃତ୍ୟୁ । ଶତାଧିକ ଉତ୍ତ୍ୟକ୍ତ ମହିଳା ଏକତ୍ରିତ ହୋଇ ଦେଶୀ ମଦଭାଟି ଭାଙ୍ଗି ଦେଇଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ବ୍ରହ୍ମଗିରି

କପିଳେଶ୍ବରପୁର ପଞ୍ଚାୟତ ଅଧୀନ ବିଲକାଙ୍କୁଡା ଗ୍ରାମର ସଦେଇ ନାୟକର ମୁତ୍ୟୁ ହୋଇଥିଲା । ସେହି ଗ୍ରାମ ପଞ୍ଚାୟତର ଶତାଧିକ ମହିଳା ଏକତ୍ରିତ ହୋଇ ମଦ ପିଇ ସଦେଇର ମୁତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଶୁକ୍ରବାର ଦିନ ମହିଳା ମାନେ ହାତରେ ଠେଙ୍ଗାବାଡି ଧରି ଉକ୍ତ ପଞ୍ଚାୟତର ଗେଣ୍ଡାପଡ଼ା ହରିଜନ ସାହିରେ ତିଆରି ହେଉଥିବା ଦେଶୀ ମଦ ଭାଟି ଉପରେ ଅତର୍କିତ ଆକ୍ରମଣ କରିଛନ୍ତି ।

ମଦ ତିଆରିରେ ବ୍ୟବହୃତ ହେଉଥିବା ପୋଚ, ବ୍ୟାରେଲ ଓ ଅନ୍ୟାନ୍ୟ ଆସବାବପତ୍ର ଏକତ୍ରିତ କରି ନିଆଁ ଲଗାଇ ଦେଇଛନ୍ତି । ଏହା ସହିତ ସେହି ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି । କପିଳେଶ୍ବରପୁର ପଞ୍ଚାୟତକୁ ସମ୍ପୂର୍ଣ ମଦମୁକ୍ତ କରିବା ପାଇଁ ମହିଳା ମାନେ ସଂକଳ୍ପ ନେଇଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ

Intro:ମଦ ପିଇ ଯୁବକର ମୁର୍ତ୍ୟୁ,ମଦ ଭାଟି ଭାଙ୍ଗିଲେ ଉତ୍ୟକ୍ତ ମହିଳା।

ବ୍ରହ୍ମଗିରି ବ୍ଲକ ସଦର ଥାନା ଅନ୍ତର୍ଗତ କପିଳେସ୍ୱରପୁର ପଞ୍ଚାୟତରେ ମଦ ପିଇ ଯୁବକର ମୁର୍ତ୍ୟୁ ହୋଇଥିବା ଅଭିଯୋଗ କରି ଶତାଧିକ ଉତ୍ୟକ୍ତ ମହିଳା ଏକତ୍ରିତ ହୋଇ ଦେଶୀ ବେ ଆଇନ ମଦ ଭାଟି ଭାଙ୍ଗିଲେ।Body:ଗୁରୁ ବାର ଦିନ ଉକ୍ତ ପଞ୍ଚାୟତ ଅଧୀନ ବିଲକାଙ୍କୁଡା ଗ୍ରାମର ସଦେଇ ନାୟକ ର ମୁତ୍ୟୁ ହୋଇଥିଲା। ସେହି ଗ୍ରାମ ଓ ପଞ୍ଚାୟତ ର ଶତାଧିକ ମହିଳା ଏକତ୍ରିତ ହୋଇ ମାଦ ପିଇ ସଦେଇର ମୁତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ।
ଶୁକ୍ରବାର ଦିନ ମହିଳା ମାନେ ହାତରେ ଢେଙ୍ଗ ଧରି ଉକ୍ତ ପଞ୍ଚାୟତ ରେ ଥିବା ଗେଣ୍ଡାପଡ଼ା ହରିଜନ ସାହିରେ ତିଆରି ହେଉଥିବା ଦେଶୀ ମଦ ଭାଟି ଉପରେ ଅତର୍କିତ ଆକ୍ରମଣ କରିଥିଲେ।ମଦ ତିଆରିରେ ବ୍ୟବହୃତ ହେଉଥିବା ପୋଚ, ବ୍ୟରେଲ ଓ ଅନ୍ୟାନ୍ୟ ଆସବା ପତ୍ର ଏକତ୍ରିତ କରି ନିଆଁ ଲଗାଇ ଦେଇଥିଲେ। ତା ସହିତ ସେହି ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ।
ପଞ୍ଚାୟତ କୁ ସମ୍ପୂର୍ଣ ମଦ ମୁକ୍ତ କରିବା ପାଇଁ ମହିଳା ମାନେ ସଂକଳ୍ପ ନେଇଛନ୍ତି।Conclusion:Visual send by wrap.
ଦେବାଶିଷ ଦାସ, ବ୍ରହ୍ମଗିରି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.