ପୁରୀ: ପବିତ୍ର ରଥଯାତ୍ରା ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ବାଳୁକା କଳା ମାଧ୍ୟମରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ଅଭିନନ୍ଦନ ଜଣାଇଛନ୍ତି ସେ । ପୁରୀ ବେଳା ଭୂମିରେ ବାଲିରେ ଖୁବ ସୁନ୍ଧର ଭାବେ ତିନୋଟି ରଥ କରି ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ସେ ।
ଏହି ଅବସରରେ ସୁଦର୍ଶନ ପୁରୀର ଦିବଙ୍ଗତ ବାଳୁକାଶିଳ୍ପୀ ତଥା ପ୍ରଭୁ ଜଗନ୍ନାଥଙ୍କ ଭକ୍ତ ବଳରାମ ଦାସଙ୍କୁ ମନେ ପକାଇଥିଲେ । ବଳରାମ ଦସ 14ତମ ଶତାବ୍ଦୀରେ ପ୍ରଥମେ ବାଳୁକା କଳାରେ ରଥଯାତ୍ରାର କଳାକୃତି ନିର୍ମାଣ କରିଥିଲେ । ଯାହାକୁ ସୁଦର୍ଶନ ମନେ ପକାଇ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ