ETV Bharat / state

ମିଳିନି ଫାଇଲିନ ବାତ୍ୟା ସହାୟତା, ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାୟର

author img

By

Published : Nov 9, 2020, 4:51 PM IST

ଫାଇଲିନ ବାତ୍ୟା ପରେ ସହାୟତା ମିଳିନଥିବା ଅଭିଯୋଗରେ ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ଫାଇଲିନ ବାତ୍ୟା ଯୋଗୁଁ ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଅଧିକ ପଢ଼ନ୍ତୁ..

ମଳିନି ଫାଇଲିନ ବାତ୍ୟା ସହାୟତା, ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାୟର

ବ୍ରହ୍ମଗିରି: ଫାଇଲିନ ବାତ୍ୟା ପରେ ସହାୟତା ମିଳିନଥିବା ଅଭିଯୋଗରେ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ମାମଲା ଦାୟର କରାଯାଇଥିବା ସୂଚନା ମିଳିଛି। 2013 ମସିହାରେ ହୋଇଥିବା ଫାଇଲିନ ବାତ୍ୟା ଯୋଗୁଁ ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। କ୍ଷୟକ୍ଷତି ବାବାଦକୁ ରାଜ୍ୟ ସରକାର ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ। ତେବେ ଏଯାଏଁ ଏହି ସହାୟତା ମିଳି ପାରିନଥିବା ଅଭିଯୋଗ ହୋଇଛି।

ବିଶ୍ବ ବ୍ୟାଙ୍କ ବ୍ୟାଙ୍କ ସହାୟତାରେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର 3 ହଜାର 46ଟି ପରିବାରକୁ ଏହି ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଫାଇଲିନ ବାତ୍ୟା ଯୋଗୁଁ ଏହି ଦୁଇ ବ୍ଲକରେ 3 ହଜାର 46ଟି ଘର ଭାଙ୍ଗିଥିଲା। ବର୍ତ୍ତମାନେ ଏହି ପରିବାର ଘର ତିଆରି ଆରମ୍ଭ କରି ସାରିଛନ୍ତି। କିଛି ଲୋକଙ୍କ ଘର କାମ ଅଧା ହେଲାଣି। ହେଲେ ଏଯାଏଁ କୌଣସି ସହାୟତା ମିଳିନଥିବା ଅଭିଯୋଗ ହୋଇଛି। ଏହାସହ କ୍ଷୟକ୍ଷତି ବାବଦକୁ ସହାୟତା ପାଇବାକୁ ଥିବା 535 ପରିବାର ନାମ ତାଲିକାରୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି।

ପ୍ରଶାସନର ଏଭଳି ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ପଡ଼ିଛନ୍ତି ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ବାସିନ୍ଦା। ଏହାର ବିରୋଧରେ ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି ଆବାହକ ବିହାରୀ ବନ୍ଧୁ ପଳାଇ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ଏହି ମାମଲାରେ 11 ଜଣ ସରକାରୀ ପଦାଧିକାରୀଙ୍କୁ ପକ୍ଷ ରଖାଯାଇଥିବା ସୂଚନା ମିଳିଛି। ଯଥାଶୀଘ୍ର ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

ବ୍ରହ୍ମଗିରିରୁ ଦେବାଶିଷ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.