ETV Bharat / state

32 ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଗ୍ରାହକ ବେଶରେ ଅବକାରୀ ବିଭାଗ କର୍ମଚାରୀ ରେଡହ୍ୟାଣ୍ତ ଧରିଲେ ବ୍ରାଉନସୁଗାର ବେପାରୀଙ୍କୁ । ପୁରୀ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ କୋଣାର୍କ ଅବକାରୀ ଉପ-ନିରୀକ୍ଷକ ଲକ୍ଷ୍ମୀଧର ପ୍ରଧାନ ସଦଳବଳେ ଗୋପ ବଜାରରରେ ଚଢ଼ାଉ କରି ଦୀପକ ରଞ୍ଜନ ଦାଶଙ୍କ ଠାରୁ 32 ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି । ଅଧିକ ପଢନ୍ତୁ...

32 gram broun-sugar-seized-from-puri-1-arrested
32 ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ
author img

By

Published : Jun 23, 2021, 6:24 PM IST

ପୁରୀ: ଗ୍ରାହକ ବେଶରେ ଅବକାରୀ ବିଭାଗ କର୍ମଚାରୀ ଯାଇ ବ୍ରାଉନସୁଗାର ବେପାରୀଙ୍କୁ ଧରିଛନ୍ତି । ପୁରୀ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ କୋଣାର୍କ ଅବକାରୀ ଉପ-ନିରୀକ୍ଷକ ଲକ୍ଷ୍ମୀଧର ପ୍ରଧାନ ସଦଳବଳେ ଗୋପ ବଜାରରେ ଚଢ଼ାଉ କରି ଦୀପକ ରଞ୍ଜନ ଦାଶଙ୍କ ଠାରୁ 32 ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି ।

ବ୍ରାଉନସୁଗାର ଜବତ କରିବା ସହିତ ଅଭିଯୁକ୍ତକୁ କୋଣାର୍କ ଅବକାରୀ ଥାନା କେସ ନମ୍ବର -14/21ରେ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଗୋପ ବଜାରରେ ଖୁଚୁରା ବେପାରୀଙ୍କୁ ବିକ୍ରି କରିବା ପାଇଁ ଅପେକ୍ଷା କରିଥିଲା ।

ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଗ୍ରାହକ ବେଶରେ ଯାଇ ବ୍ରାଉନସୁଗାର କିଣିଲା ସମୟରେ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି । ଜବତ 32 ଗ୍ରାମ ବ୍ରଉନସୁଗାରର ମୂଲ୍ୟ ତିନି ଲକ୍ଷ କୋଡିଏ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.