ନୂଆପଡା: ଜମି ଓ ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟି ପକ୍ଷରୁ ଆଜି ଖଡିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏଥିରେ ହଜାର ହଜାର ଆଦିବାସୀ ଏକତ୍ରିତ ହୋଇ ଖଡିଆଳ ସହର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟ ଘେରାଓ କରିଥିଲେ ।
ଜଙ୍ଗଲ ଜମି ଅଧିକାର ୨୦୦୬ ସଂଶୋଧିତ ନିୟମକୁ ୨୦୧୨ରେ ସଠିକ ଭାବରେ କାର୍ଯ୍ୟକାରୀ କରାଯାଉ । ୧୩ ଫେବୃୟାରୀ ୨୦୧୯ରେ ସୁପ୍ରିମକୋର୍ଟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯାଉ । ଆସନ୍ତା ୨୪ ଜୁଲାଇରେ ସୁପ୍ରିମକୋର୍ଟର ଶୁଣାଣି ହେବାକୁ ଥିବା ବେଳେ ଏଥିରେ ରାଜ୍ୟ ସରକାର ପକ୍ଷ ହୋଇ ଜଙ୍ଗଲ ଜମି ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବାକୁ ଦାବି ହୋଇଛି ।
ତେବେ ଏହି 3 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଖଡିଆଳ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ସମ୍ପୃକ୍ତ ଦାବିଗୁଡିକୁ ଆଗାମୀ ଦିନରେ ପୂରଣ କରିବାକୁ ସରକାରଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି ଆନ୍ଦୋଳନକାରୀ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ