ନୂଆପଡା: ସିନାପାଲି ବ୍ଲକ ସମ୍ମୁଖରେ 5ଟି ଗ୍ରାମପଞ୍ଚାୟତ ଲୋକଙ୍କ ଗଣଧାରଣା। ବିଭିନ୍ନ ଦାବି ପୂରଣ ନେଇ ସିନାପାଲି ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେରଙ୍କ ନେତୃତ୍ବରେ ଲୋକେ ହାତରେ ପ୍ଲାକାର୍ଡ ଧରି ଗଣଧାରଣାରେ ବସିଛନ୍ତି ।
କେନ୍ଦୁମୁଣ୍ଡା-ଗୁଏଲପାଣି ରାସ୍ତା ପୋଲ ନିର୍ମାଣ, ଅଟିପଡାଠାରୁ କାପସି ପୋଲ ନିର୍ମାଣ, ଯୋଗୀମଠଠାରୁ କୋଟାମାଲ ପର୍ଯ୍ୟନ୍ତ ରାସ୍ତାରେ ପୋଲ ନିର୍ମାଣ, ଭରୁଆମୁଣ୍ଡା ରାସ୍ତା ବରପଦର ଗାଁ ନିକଟରେ ପୋଲ ନିର୍ମାଣ, ଗମ୍ଭାରୀଗୁଡା ଭାୟା ଅର୍ଷାପଡା ଭଣ୍ଡାରଓଢା ପୋଲ ନିର୍ମାଣ ଆଦି ବିଭିନ୍ନ ଦାବି ପୂରଣ ପାଇଁ ଲୋକା ଜିଦ କରିଛନ୍ତି।
ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେର ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇ ଆସୁଥିବା ସେମାନେ କହିଛନ୍ତି । ତେବେ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି।
ଫଳରେ 5ଟି ଗ୍ରାମ ପଞ୍ଚାୟତର ବୁଦ୍ଧିଜୀବିମାନେ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଞ୍ଜନ ମେହେରଙ୍କ ନେତୃତ୍ବରେ ଗଣ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେଲେ ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ସିନାପାଲି ବିଡ଼ିଓଙ୍କୁ ପଚାରିବାରୁ ସମସ୍ୟା ପ୍ରତି ଗୁରୁତ୍ବ ଦେଉଥିବା କହିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ