ନୂଆପଡା: ଜିଲ୍ଲାରେ କାଳବୈଶାଖୀ ଓ ପ୍ରାକ୍ ମୌସୁମୀ ବର୍ଷା ସାଜିଛି କାଳ । ବଜ୍ରପାତରେ 2ଜଣଙ୍କ ଜୀବନ ଯାଇଥିବାବେଳେ 3ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ମୃତକମାନେ ହେଲେ କୋମନା ବ୍ଲକର କୀର୍ତ୍ତନ ପ୍ରଧାନ ଓ ଧରମସାଗର ଗାଁର କ୍ରିଷ୍ଣା ବାଗ।
ବଜ୍ରପାତ ଯୋଗୁଁ କୋମନା ବ୍ଲକର ଜଟଗଡ ଗାଁରେ କୀର୍ତ୍ତନ ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ବେଳେ ଜୟଦେବ ମାଝୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେହିଭଳି ଧରମସାଗାର ଗାଁରେ ବର୍ଷାପବନ ଯୋଗୁଁ ଗଛ ଉପୁଡି ପଡିବାରୁ କ୍ରିଷ୍ଣା ବାଗଙ୍କ ମଧ୍ୟ ମୃତ୍ୟୁ ହୋଇଛି ।
ଏଥିସହ ଜିଲ୍ଲାରେ କାଳବୈଶାଖୀ ଲାଗି ରହିଥିବା ବେଳେ ବଜ୍ରପାତରେ 2 ଜଣ ଶିଶୁ ଗୁରୁତର ହୋଇ ଖଡିଆଳ ମିସନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଶିଶୁଙ୍କୁ ଖଡିଆଳ ବ୍ଲକ ଚିନ୍ଦାଗୁଡା ଗାଁର ଲିଶା ପଟେଲ ଓ ବର୍ଷା ପଟେଲ ବୋଲି ଜଣାପଡିଛି ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ