ETV Bharat / state

ଖସିଗଲା ଅକ୍ସିଜେନ ଥଳି: ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ

author img

By

Published : Apr 18, 2021, 8:23 PM IST

ବ୍ରିଜ କାମ ଚାଲିଥିବା ସମୟରେ ଅଣନିଶ୍ବାସୀ ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ । ଅଧିକ ପଢନ୍ତୁ...

ଖସିଗଲା ଅକ୍ସିଜେନ ଥଳି: ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ
ଖସିଗଲା ଅକ୍ସିଜେନ ଥଳି: ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ

ନୟାଗଡ: ଖସିଗଲା ଅକ୍ସିଜେନ ଥଳି, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ । ବ୍ରିଜ କାମବେଳେ ଏପରି ଏକ ଅଘଟଣ ଘଟିଥିବା ଜଣାପଡିଛି l ନୟାଗଡ଼ ବ୍ଲକ ଫାସିପଡାରେ ବ୍ରିଜ କାମବେଳେ ଘଟିଛି ଏହି ଅଘଟଣ l ଶ୍ବାସରୋଧ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ 55 ବର୍ଷୀୟ ବିଦ୍ୟାଧର ମହାନ୍ତି l ମୃତ ବିଦ୍ୟାଧରଙ୍କ ଘର ଭଦ୍ରକ ଜିଲ୍ଲା ଭିସରପଟାରେ l

ସୂଚନା ଅନୁଯାୟୀ ଆଜି(ରବିବାର) ଫାସିପଡା ଗାଁ ଠାରେ ଚାଲିଥିବା ବ୍ରିଜ କାମ ସମୟରେ ସିମେଣ୍ଟ କୂଅ ଭିତରକୁ ସାଙ୍ଗରେ ଅକ୍ସିଜେନ ନେଇ ଯାଇଥିଲେ ବିଦ୍ୟାଧର l ଅଧାରୁ ଅଧିକ ପାଣି ଭିତରକୁ ଯିବା ପରେ କୌଣସି କାରଣରୁ ଅକ୍ସିଜେନ ଥଳିଟି ବିଦ୍ୟାଧରଙ୍କ ମୁଁହରୁ ଖସି ପାଣି ଉପରକୁ ଆସିଯାଇଥିଲା । ଫଳରେ ସେ ଅଣନିଶ୍ୱାସୀ ହୋଇ ପାଣି ଭିତରେ ପ୍ରାଣ ହରାଇଛନ୍ତି । ସାଙ୍ଗରେ କାମ କରୁଥିବା ଶ୍ରମିକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଥିବାବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.