ETV Bharat / state

ପ୍ରଭୁ ନୀଳମାଧବଙ୍କ ନୃସିଂହ ବେଶ, ଶହଶହ ଶ୍ରଦ୍ଧାଳୁଙ୍କ ଜମିଛି ଭିଡ

ଆଜି ନୀଳମାଧବଙ୍କ ସ୍ବତନ୍ତ୍ର ନୀତି କରାଯାଇ ନୃସିଂହ ବେଶ କରାଯାଇଛି । ଲୋକଙ୍କ ବିଶ୍ବାସ ଯେ, ଯେଉଁ ବ୍ୟକ୍ତି ପ୍ରଭୁଙ୍କର ଏହି ବେଶର ଦର୍ଶନ କରିଥାଏ ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ତେଣୁ ମନ୍ଦିରରେ ଜମିଛି ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ।

ଫଟୋ ସୌଜନ୍ୟ : ପ୍ରତିନିଧି,ନୟାଗଡ
author img

By

Published : May 18, 2019, 12:01 AM IST

ନୟାଗଡ଼: ଶ୍ରୀ ନୀଳମାଧବଙ୍କ ଆଜି ସ୍ବତନ୍ତ୍ର ନୀତି କରାଯାଇ ନୃସିଂହ ବେଶ କରାଯାଇଛି । ସକାଳୁ ଶ୍ରୀ ନୀଳମାଧବଙ୍କ ମହାସ୍ନାନ, ପରେ ଅବକାଶ, ଧୂପ, ବାଳ ଭୋଗ ହୋଇସାରିବା ପରେ, ସ୍ବତନ୍ତ୍ର ପୂଜା ପାଠ ହୋମ ହୋଇଥିଲା । ପରେ ନୃସିଂହ ବେଶ କରାଯାଇଥିଲା ।

ହୀରଣକ୍ଷ ଅସୁରକୁ ମାରି ପୃଥିବୀକୁ ନିଜେ ନାରାୟଣ ରକ୍ଷା କରିଥିଲେ । ତେଣୁ କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବ ଶ୍ରୀ ଜଗନ୍ନାଥଙ୍କ ଆଦି ପୀଠ କଣ୍ଟିଲୋନୀଳମାଧବ ମହାପ୍ରଭୁ ଆଜି ସ୍ବତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।

ଏହି ବେଶରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ମିଳିଥାଏ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି । ତେଣୁ ଶହ ଶହ ଶ୍ରଦ୍ଧାଳୁ ଆଜି ନୀଳମାଧବଙ୍କୁ ଦର୍ଶନ କରିଥିଲେ ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.