ETV Bharat / state

ସୁନା ଅଳଙ୍କାର ଲୁଟ ଘଟଣା: 3 ଡକାୟତ ଗିରଫ - ଲୁଟ

ରଣପୁରରେ ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଲୁଟ ଘଟଣା । 3 ଡକାୟତ ଗିରଫ । ଅନ୍ୟ ଅଭିଯୁକ୍ତକୁ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ....

jewellery robbery case in nayagarh,3 arrested
ସ୍ୱର୍ଣ୍ଣଅଳଙ୍କାର ଲୁଟ ଘଟଣା;3 ଡକାୟତ ଗିରଫ
author img

By

Published : Jul 3, 2021, 12:14 PM IST

ନୟାଗଡ : ଜିଲ୍ଲା ରଣପୁରରେ ସୁନା ଅଳଙ୍କାର ଲୁଟ ଘଟଣାରେ 3 ଡକାୟତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ଲୁଟ ହୋଇଥିବା ଲକ୍ଷାଧିକ ଟଙ୍କାର ସ୍ବର୍ଣ୍ଣ ଅଳଙ୍କାରଙ୍କୁ ମଧ୍ୟ ପୋଲିସ ଜବତ କରିଛି । ରଣପୁର ପୋଲିସ ଏହି ଡକାୟତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ l ଏଥିରେ ଅନ୍ୟ ଜଣେ ସମ୍ପୃକ୍ତ ଡକାୟତକୁ ଧରିବାକୁ ଛାନଭିନ କରୁଛି ପୋଲିସ l ଏହାସହ ଅଧିକ ତଦନ୍ତ ଜାରି ରହିଛି ।

ସ୍ୱର୍ଣ୍ଣଅଳଙ୍କାର ଲୁଟ ଘଟଣା;3 ଡକାୟତ ଗିରଫ

ସୂଚନା ଅନୁସାରେ, ଗତ 21 ତାରିଖ ସକାଳ ସମୟରେ ରଣପୁର ଥାନା ଅଧୀନ ସଂଖେଇ ଗାଁର ଅଳଙ୍କାର ବ୍ୟବସାୟୀ ଅରୁଣ କୁମାର ସାହୁ । ସେ ନିଜ ବାଇକ ଯୋଗେ ଦୋକାନକୁ ଯିବାବେଳେ ଗୋଡିମଡା ଯିବା ରାସ୍ତାରେ 3 ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ଅରୁଣଙ୍କ ଠାରୁ ଅଳଙ୍କାର ଭର୍ତ୍ତି ବ୍ୟାଗ ଲୁଟି ନେଇଥିଲେ । ଏନେଇ ରଣପୁର ଥାନାରେ ଅଭିଯୋଗ କରିଥିଲେ ଅରୁଣ l ପୋଲିସ ତଦନ୍ତ କରି 3 ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l

ସେମାନେ ହେଲେ ନୟାଗଡ଼ ସଦର ଥାନା ଅନ୍ତର୍ଗତ ପଦ୍ମପୁରର ବିଜୟ ରାଉତ, ଖଣ୍ଡୁଗାଁର ସୁଶାନ୍ତ ପ୍ରଧାନ, ଏବଂ ବୋଲଗଡ଼ ଥାନା ଘୋରଡ଼ିଆର ସନ୍ତୋଷ ସାହୁ ବୋଲି ଜଣାପଡିଛି l ଗିରଫ ଡକାୟତଙ୍କ ଠାରୁ 2460 ଗ୍ରାମ ରୂପା, 149 ଗ୍ରାମ ସ୍ବର୍ଣ୍ଣ ଅଳଙ୍କାର ସହ, 3ଟି ମୋବାଇଲ, ଏକ ଭୁଜାଲି ଏବଂ ଡକାୟତିରେ ବ୍ୟବହାର ହୋଇଥିବା ଏକ ବାଇକ ଜବତ କରାଯାଇଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.