ନୟାଗଡ଼: ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାକୁ ରାଜ୍ୟ ସ୍ତରୀୟ ମହୋତ୍ସବର ମାନ୍ୟତା ଦେବାକୁ ବିଧାନସଭାରେ ଉଠିଲା ଦାବି । ବିଧାୟକ ରମେଶ ବେହେରା ଏହି ଯାତ୍ରାକୁ ରାଜ୍ୟ ସ୍ତରୀୟ କରିବା ପାଇଁ ବିଧାନସଭାରେ ଦାବି କରିଛନ୍ତି ।
ଦଶପଲ୍ଲା ତଥା କୁଞ୍ଜବନଗଡ଼ଠାରେ ପ୍ରାୟ ୨୦୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଖୋଲା ରଙ୍ଗମଞ୍ଚରେ ରାମାୟଣ ଓ ପ୍ରସିଦ୍ଧ ଲଙ୍କପୋଡି ଯାତ୍ରା ଅନୁଷ୍ଠିତ ହେଉଅଛି । ସାରା ଭାରତରେ ଏହା ପ୍ରସିଦ୍ଧି ଲାଭ କରିଥିବା ବେଳେ ଏହାକୁ ରାଜ୍ୟ ସରକାର ଗୁରୁତ୍ବ ଦେଇନଥିବା ଅଭିଯୋଗ ହୋଇଛି । ତେବେ ବିଧାନସଭାରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନକୁ ଗ୍ରହଣ କରିବା ସହ ଏନେଇ ବିଚାର କରିବାକୁ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି । ଦଶପଲ୍ଲାରେ ବୁଦ୍ଧିଜୀବୀ ମାନେ ବିଧାୟକଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।
ଇଟିଭି ଭାରତ, ନୟାଗଡ଼