ETV Bharat / state

ଆଜିଠୁ ଦଶପଲ୍ଲା ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା, କମ୍ପିବ ନୟାଗଡ - ଦଶପଲ୍ଲା ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡି ଯାତ୍ରା

ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡି ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି l କୋରୋନା ମହାମାରୀ ଯୋଗୁଁ ଗତ 2 ବର୍ଷ ଧରି ବନ୍ଦ ରହିଥିଲା ଯାତ୍ରା । କିନ୍ତୁ ଏଥର ପୂର୍ବପରି ଧୁମଧାମରେ ପାଳନ ପାଇଁ ମିଳିଛି ଅନୁମତି । ଅଧିକ ପଢନ୍ତୁ

ଆଜିଠାରୁ ଦଶପଲ୍ଲା ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା:୧୦ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

author img

By

Published : Apr 10, 2022, 12:52 PM IST

ନୟାଗଡ଼: ଜିଲ୍ଲାର ପ୍ରସିଦ୍ଧ ଐତିହାସିକ ଦଶପଲ୍ଲା ଲଙ୍କାପୋଡି ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି l କୋରୋନା ମହାମାରୀ ଯୋଗୁଁ ଗତ 2 ବର୍ଷ ଧରି ବନ୍ଦ ରହିଥିଲା ଯାତ୍ରା । କିନ୍ତୁ ଏଥର ପୂର୍ବପରି ଧୁମଧାମରେ ପାଳନ ପାଇଁ ମିଳିଛି ଅନୁମତି । ତେଣୁ ପ୍ରସ୍ତୁତି ଧୁମଧାମରେ ଚାଲିଥିବା ବେଳେ ଦଶପଲ୍ଲାର ଗଣପର୍ବ ପାଁଇ ଉତ୍ସାହିତ ଅଛନ୍ତି ସ୍ଥାନୀୟ ଲୋକ । ରାମ ନବମୀ ଠାରୁ ଆରମ୍ଭ ହୋଇଥାଏ ପ୍ରସିଦ୍ଧ ନୟାଗଡ଼ ଜିଲା ଦଶପଲ୍ଲା ଲଙ୍କାପୋଡି ଯାତ୍ରା । ଏଥିପାଇଁ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବର୍ଷ ବର୍ଷ ଧରି ପାଳନ ହେଇ ଆସୁଥିବା ଏହି ଐତିହାସିକ ଯାତ୍ରା ଗତ 2 ବର୍ଷ ହେଲା କୋଭିଡ କଟକଣା ଯୋଗୁଁ ବନ୍ଦ ହୋଇଥିଲା ।

ଆଜିଠାରୁ ଦଶପଲ୍ଲା ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା:୧୦ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

କିନ୍ତୁ ଏ ବର୍ଷ ପ୍ରଶାସନ ଯାତ୍ରା ପାଇଁ ଅନୁମତି ଦେଲା ପରେ ବେଶ ଉତ୍ସାହିତ ଦଶପଲ୍ଲାବାସୀ । ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ବାକି ରହିଥିବା କାର୍ଯ୍ୟ ପାଇଁ ଲାଗିପଡିଛନ୍ତି ଅଞ୍ଚଳବାସୀ । 1802 ମସିହାରୁ ଚାଲିଆସିଥିବା ଏହି ମୁକ୍ତ ଆକାଶ ଐତିହାସିକ ଲଙ୍କାପୋଡି ଯାତ୍ରା ଚଳିତ ବର୍ଷ ପ୍ରଥା ଅନୁଯାଇ ଆଜି ଅର୍ଥାତ 10 ତାରିଖ ରାମ ନବମୀ ଠାରୁ ଆରମ୍ଭ ହୋଇଛି l

10 ଦିନ ଧରି ଚାଲିବାକୁ ଥିବା ଏହି ଐତିହାସିକ ଯାତ୍ରାର ପ୍ରତ୍ୟକ ସଂନ୍ଧ୍ୟାରେ ରାମନୀଳାର ବିଭିନ୍ନ ବିଷୟ ବସ୍ତୁ ଉପରେ ପରିବେଷ୍ଟିତ ହେବ ନାଟକ । ଯାତ୍ରାର ମୁଖ୍ୟ ଆକର୍ଷଣ ରାବଣ ବଧ ବା ଲଙ୍କାପୋଡି ଯାତ୍ରା 19 ତାରିଖରେ କରାଯିବାକୁ ସ୍ଥିର କରିଛି କମିଟି । 35 ଫୁଟ ଉଚ୍ଚ ବିଶିଷ୍ଟ ଚଲାୟ ମାନ କାଠ ନିର୍ମିତ ରାବଣ ମୂର୍ତ୍ତି ଏବଂ 15 ଫୁଟ ଉଚ୍ଚର ଘୁର୍ଣ୍ଣୟ ମାନ ପୁଷ୍ପକ ବିମାନ ଯାତ୍ରାରେ ମୁଖ୍ୟ ଆକର୍ଷଣ ପାଲଟିଥାଏ । ଯାତ୍ରାରେ ଅନ୍ୟ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.