ନୟାଗଡ଼: ଧୁମଧାମରେ ଚାଲିଛି ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା । ରାମ ନବମୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୦ଦିନ ଧରି ଚାଲିବ । ଏଥିସହ ବିଭିନ୍ନ କଳାକାରଙ୍କ ପ୍ରଦର୍ଶନୀରେ ମୁକ୍ତାକାଶ ମଞ୍ଚ ଉଠୁଛି ପଡୁଛି । ଆସନ୍ତାକାଲି ରାବଣ ବଧ ହେବାକୁ ଥିବାବେଳେ ପ୍ରସ୍ତୁତି ଆରମ୍ଭ ହୋଇଛି ।
୩୫ଫୁଟ ଉଚ୍ଚ ବିଶିଷ୍ଟ କାଠ ନିର୍ମିତ ରାବଣ ମୂର୍ତ୍ତୀ ଏବଂ ୧୫ଫୁଟ ଉଚ୍ଚର ଘୁର୍ଣ୍ଣୟ ପୁଷ୍ପକ ବିମାନ ଯାତ୍ରାରେ ମୁଖ୍ୟ ଆକର୍ଷଣ ପାଲଟିଥାଏ । ଯାତ୍ରାରେ ଅନ୍ୟ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରିଛି ପ୍ରଶାସନ । ତେବେ ୧୮୦୨ ମସିହାରୁ ଚାଲି ଆସୁଥିବା ଏହି ମୁକ୍ତ ଆକାଶ ଐତିହାସିକ ଲଙ୍କାପୋଡି ଯାତ୍ରା ଚଳିତ ବର୍ଷ ପ୍ରଥା ଅନୁଯାୟୀ ରାମ ନବମୀ ଠାରୁ ଆରମ୍ଭ ହୋଇଛି ।
ଏହି ଐତିହାସିକ ଯାତ୍ରାର ପ୍ରତ୍ୟେକ ସନ୍ଧ୍ୟାରେ ରାମଲୀଳାର ବିଭିନ୍ନ ବିଷୟ ବସ୍ତୁ ଉପରେ ପରିବେଷ୍ଟିତ ହେଉଛି । ଏଣେ ଯାତ୍ରାର ମୁଖ୍ୟ ଆକର୍ଷଣ ରାବଣ ବଧ ବା ଲଙ୍କାପୋଡି ଯାତ୍ରା ୧୯ ତାରିିଖରେ କରାଯିବାକୁ ସ୍ଥିର କରିଛି କମିଟି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ