ନବରଙ୍ଗପୁର : ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର। ନବରଙ୍ଗପୁର ଅବକାରୀ ନିରୀକ୍ଷକଙ୍କ ନେତୃତ୍ୱରେ କୋଷାଗୁମୁଡା ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣରେ ମଦ ଓ ପୋଚକୁ ନଷ୍ଟ କରାଯାଇଛି । ଏହାସହ ୨ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।
ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ, କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଚିର୍ମା , ଗାଦବାଗୁଡା , ରାଜୋଡା ଗାଁରେ ଚଡାଉ କରାଯାଇ ପ୍ରାୟ ୧୦୦ ଲିଟର ଦେଶୀ ରନ୍ଧା ମଦ ଓ ପ୍ରାୟ ୮ ହଜାର ଲିଟର ମହୁଲପୋଚକୁ ଜବତ କରି ନଷ୍ଟ କରାଯାଇଛି । ଏଥିରେ ସମ୍ପୃକ୍ତ ଚିର୍ମା ଗାଁର ଗମୋତି ମୁରିଆଙ୍କ ଠାରୁ ୧୦ ଲିଟର ଓ ତୁଳାବତୀ ଗୌଡ଼ଙ୍କ ଠାରୁ ୧୦ ଦେଶୀ ମଦ ଜବତ କରାଯାଉଥିଲା । ଗିରଫ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ