ETV Bharat / state

ସେବାଶ୍ରମ ସ୍କୁଲ ଶିକ୍ଷକ ନିଲମ୍ବନ ପ୍ରତ୍ୟାହାର ଦାବି କଲା ଶିକ୍ଷକ ସଂଘ - ସେବାଶ୍ରମ ସ୍କୁଲ ଶିକ୍ଷକ ସଂଘ

ସେବାଶ୍ରମ ସ୍କୁଲ ଶିକ୍ଷକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ସେବାଶ୍ରମ ସ୍କୁଲ ଶିକ୍ଷକ ସଂଘ ଦାବି କରିଛି । ଦାବି ପୂରଣ ନ କଲେ ମେସ ଦାୟିତ୍ବ ଛାଡିବାକୁ ଚେତାବନୀ ଦେଇଛି ଶିକ୍ଷକ ସଂଘ । ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Oct 22, 2019, 2:03 AM IST

ନବରଙ୍ଗପୁର: ତିନି ସେବାଶ୍ରମ ସ୍କୁଲ ଶିକ୍ଷକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ସେବାଶ୍ରମ ସ୍କୁଲ ଶିକ୍ଷକ ସଂଘ ଦାବି କରିଛି । ଦାବି ପୂରଣ ନ କଲେ ମେସ ଦାୟିତ୍ବ ଛାଡିବାକୁ ଚେତାବନୀ ଦେଇଛି ଶିକ୍ଷକ ସଂଘ । ଏହା ସହିତ ମଦ୍ୟପ କର୍ମୀଙ୍କ ସହିତ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ସ୍କୁଲକୁ ଧସେଇ ପଶିବା ସହ ଶିକ୍ଷକଙ୍କୁ ଅଶ୍ଲୀଳ ଭାଷା ପ୍ରୟୋଗ କରିଥିବା ଅଭିଯୋଗ ଆଣିଛି ସେବାଶ୍ରମ ସ୍କୁଲ ଶିକ୍ଷକ ସଂଘ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ବିଧାୟକ ମନୋହର ରନ୍ଧାରୀ ସ୍କୁଲ ପରିଦର୍ଶନ ସମୟରେ ମଦ୍ୟପ କର୍ମୀଙ୍କୁ ସ୍କୁଲରେ ପ୍ରବେଶ କରାଇଥିବା ଓ ତିନି ଶିକ୍ଷକଙ୍କୁ ନିଲମ୍ବନ ବିରୋଧରେ ଜିଲ୍ଲାର ୮୩ଟି ସେବାଶ୍ରମ ସ୍କୁଲର ଶିକ୍ଷକ ଏକ ବୈଠକ କରିଥିଲେ । ଏହି ବୈଠକ ଡାବୁଗାଁ ସ୍ଥିତ ଏକ କଲ୍ୟାଣମଣ୍ଡପ ଠାରେ କରାଯାଇଥିଲା । ବୈଠକରେ ପାପଡାହାଣ୍ଡି ବ୍ଲକ ଧନସୁଲି ଓ ମାନିଗାଁ ସେବାଶ୍ରମ ସ୍କୁଲର ତିନିଜଣ ଶିକ୍ଷକଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ପୁନଃ ଅବସ୍ଥାପିତ କରିବା ପାଇଁ ଦାବି କରାଯାଇଥିଲା । ଏ ସମ୍ପର୍କିତ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପ୍ରଶାସନକୁ ପ୍ରଦାନ କରାଯାଇଥିଲା ।

ଦାବିପତ୍ରରେ ଶିକ୍ଷକ ମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଗତ ସେପ୍ଟେମ୍ବର ୨୯ ତାରିଖରେ ଧନସୁଲି ଆଶ୍ରମ ବିଦ୍ୟାଳୟ ଓ ଅକ୍ଟୋବର ମାସ ୧୮ ତାରିଖରେ ମାନିଗାଁ ଆଶ୍ରମ ବିଦ୍ୟାଳୟକୁ ଉଦ୍ଦେଶ୍ୟମୂଳକ ଭାବେ ବିଧାୟକଙ୍କ ସହ ମଦ୍ୟପ ବିଜେଡି କର୍ମୀ ସ୍କୁଲକୁ ଧସେଇ ପଶିଥିଲେ । ଏପରି କି ପ୍ରବେଶ ଖାତାରେ ବିନା ଦସ୍ତଖତରେ ସ୍କୁଲରେ ପ୍ରବେଶ କରିଥିଲେ । ବଳପୂର୍ବକ ରୋଷେୟାଙ୍କ ଠାରୁ ଚଟୁ ଛଡାଇ ନେଇ ନିଜେ ବିଧାୟକ ଓ ମଦ୍ୟପ କର୍ମୀ ଖାଦ୍ୟ ପରଷିଥିଲେ । ଯାହାକି ପିଲାଙ୍କ ଖାଦ୍ୟ ଖାଇବାର ଆବଶ୍ୟକତା ଠାରୁ ଅଧିକା ଥିଲା । କେତେପିଲା ପେଟପୁରା ଖାଇବା ପରେ ବଳକା ଖାଦ୍ୟକୁ ଫିଙ୍ଗିବାକୁ ବାଧ୍ୟ ହେଇଥିଲେ । ଫଳରେ ଅନ୍ୟ ପିଲାଙ୍କୁ ଖାଦ୍ୟ ନିଅଣ୍ଟ ହୋଇଥିଲା । ଉକ୍ତ ଘଟଣାକୁ ନେଇ ବିଧାୟକ ସ୍କୁଲ ଶିକ୍ଷକଙ୍କୁ ନିନ୍ଦା କରିବା ସହ ଶିକ୍ଷକ ମାନଙ୍କୁ "ଚୋର ଶିକ୍ଷକ ଟଙ୍କା ଖାଉଛ " ବୋଲି କହି ଗାଳି ଦେଇ ଅପମାନ ଦେଇଥିଲେ । ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲ୍ଲା ପ୍ରଶାସନକୁ ବାଧ୍ୟ କରାଯାଇଥିବା ଏହି ପତ୍ରରେ ଶିକ୍ଷକ ସଂଘ ଅଭିଯୋଗ କରିଛି ।

ଆସନ୍ତା ୨୨ ତାରିଖ ସୁଦ୍ଧା ଶିକ୍ଷକ ମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ସହିତ ବିଧାୟକ ନିଜ କାର୍ଯ୍ୟକଳାପ ପାଇଁ କ୍ଷମା ପ୍ରାର୍ଥନା କରିବାକୁ ଶିକ୍ଷକ ସଂଘ ଦାବି କରିଛି । ଯଦି ଦାବି ପୂରଣ ନହୁଏ ଆଗାମୀ ନଭେମ୍ବର ମାସ ୧ ତାରିଖରୁ ଜିଲ୍ଲାର ଛାତ୍ରାବାସ ଓ ଛାତ୍ରୀ ନିବାସ ପରିଚାଳନା ବର୍ଜନ କରିବାକୁ ଧମକ ଦେଇଛି ସଂଘ1 । ଅନ୍ୟପଟେ ବିଧାୟକ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ପିଲାଙ୍କୁ ଖାଇବାକୁ ନ ଦେବା ଏକ ଦଣ୍ଡନୀୟ ଅପରାଧ ବୋଲି କହିଛନ୍ତି । ଯିଏ ଭୁଲ କରିବ ସେ ଅବଶ୍ୟ ଦଣ୍ଡ ପାଇବ ଆଉ ଯିଏ ଭଲକାମ କରିବ ସେ ପୁରସ୍କୃତ ହେବ ବୋଲି କହିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ :- ତିନି ଶିକ୍ଷକ ଙ୍କ ନିଲମ୍ବନ କୁ ନେଇ ମୁହାଁମୁହିଁ ହେଲେ ବିଧାୟକ ଓ ଶିକ୍ଷକ ସଂଘ !
ଫର୍ମାଟ :- ଏଭିଓ,
ରିପୋର୍ଟର :- ତପନ ବିଷୋୟୀ
ସ୍ଥାନ:- ନବରଙ୍ଗପୁର
ତାରିଖ :- ୨୧/୧୦/୧୯
ରିପୋର୍ଟ - ନବରଙ୍ଗପୁର

ଏଙ୍କର :- ବିଧାୟକ ଙ୍କ ବିରୋଧରେ ଶିକ୍ଷକ ଙ୍କ ମେଳି । ତିନି TRW ଶିକ୍ଷକଙ୍କ ନିଲମ୍ବନ କୁ ନେଇ ମୁହାଁ ମୁହିଁ ହେଲେ ଜିଲ୍ଲା TRW ଶିକ୍ଷକ ସଂଘ ଏବଂ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ମଦ୍ୟପ BJD କର୍ମୀଙ୍କ ସହ ବିଧାୟକ ସ୍କୁଲକୁ ଧସେଇ ପଶି ଶିକ୍ଷକଙ୍କୁ ଅଶ୍ଲୀଳ ଭାଷା ପ୍ରୟୋଗ କରି ଦୁର୍ବ୍ୟବହାର୍ କରିବା ଭଳି ସଙ୍ଗିନ ଅଭିଯୋଗ ଆଣିଲେ ଜିଲ୍ଲା TRW ଶିକ୍ଷକ ସଙ୍ଘ । ଶିକ୍ଷକଙ୍କ ନିଲମ୍ବନ କୁ ପ୍ରତ୍ୟାହାର କର ନଚେତ ମେସ୍ ଦାଇତ୍ୱ ଛାଡ଼ିବୁ ବୋଲି ପ୍ରଶାସନ କୁ ଖୋଲାଖୁଲି ଚେତାବନୀ ଦେଇଛନ୍ତି ଜିଲ୍ଲା TRW ଶିକ୍ଷକ ସଙ୍ଘ ।
ଶିକ୍ଷକ ନିଲମ୍ବନ କୁ ନେଇ ମୁହାଁମୁହିଁ ହେଲେ ବିଧାୟକ ଓ ଶିକ୍ଷକ ସଂଘ । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଙ୍କ ସ୍କୁଲ ପରିଦର୍ଶନ ସମୟରେ ମଦ୍ୟପ କର୍ମୀ ସ୍କୁଲକୁ ଧସେଇ ପଶିଥିବା କାର୍ଯ୍ୟକଳାପ କୁ ବିରୋଧ କରି ଡାବୁଗାଁ ସ୍ଥିତ ଏକ କଲ୍ୟାଣମଣ୍ଡପ ଠାରେ ଜିଲ୍ଲାର ୮୩ ଟି TRW ସ୍କୁଲର ଶିକ୍ଷକ ମାନେ ଏକ ବୈଠକ ରେ ଯୋଗଦେଇଥିଲେ । ବୈଠକରେ ମୁଖ୍ୟତଃ ପାପଡାହାଣ୍ଡି ବ୍ଲକ ଧନସୁଲି ଓ ମାନିଗାଁ TRW ସ୍କୁଲର ତିନି ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଡାବୁଗାଁ ବିଧାୟକ ଙ୍କ ଚାପରେ ଜିଲ୍ଲାପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରାଯିବା ସହ ଉକ୍ତ ଶିକ୍ଷକ ଓ ଶିକ୍ଷଯାତ୍ରୀ ଙ୍କ ନିଲମ୍ବନ ଆଦେଶ କୁ ପ୍ରତ୍ୟାହାର କରି ପୁନଃ ଅବସ୍ଥାପିତ କରିବା ପାଇଁ ଦାବି କରାଯାଇଥିଲା । ଏ ସମ୍ପର୍କିତ ଏକ ଦାବିପତ୍ର ଜିଲ୍ଲାପ୍ରଶାସନ କୁ ପ୍ରଦାନ ମଧ୍ୟ କରାଯାଇଥିଲା । ଦାବିପତ୍ର ରେ ଶିକ୍ଷକ ମାନଙ୍କ ତରଫରୁ ଅଭିଯୋଗ କରାଯାଇଥିଲା ଯେ ଗତ ସେପ୍ଟେମ୍ବର ୨୯ ତାରିଖ ରେ ଧନସୁଲି ଆଶ୍ରମ ବିଦ୍ୟାଳୟଓ ଅକ୍ଟୋବର ମାସ ୧୮ ତାରିଖରେ ମାନିଗାଁ ଆଶ୍ରମ ବିଦ୍ୟାଳୟ କୁ ଉଧ୍ୟେଶ୍ୟମୂଳକ ଭାବେ ବିଧାୟକଙ୍କ ସହ ମଦ୍ୟପ ବିଜେଡି କର୍ମୀ ସ୍କୁଲ କୁ ଧସେଇ ପଶିଥିଲେ । ଏପରି କି ସ୍କୁଲ ପାସ ବହିରେ ମଧ୍ୟ ବିନା ଦସ୍ତଖତ ରେ ସ୍କୁଲରେ ପ୍ରବେଶ କରିଥିଲେ । ବଳପୂର୍ବକ ରୋଷେୟା ଙ୍କ ଠାରୁ ଚଟୁ ଛଡାଇ ନେଇ ନିଜେ ଓ ମଦ୍ୟପ କର୍ମୀ ଖାଦ୍ୟ ପରଶିଥିଲେ । ଯାହାକି ପିଲାଙ୍କ ଖାଦ୍ୟ ଖାଇବାର ଆବଶ୍ୟକତା ଠାରୁ ଅଧିକା ଥିଲା । କେତେପିଲା ପେଟପୁରା ଖାଇବା ପରେ ବଳକାତକ ଖାଦ୍ୟ କୁ ଫିଙ୍ଗିବାକୁ ବାଧ୍ୟ ହେଉଥିଲେ । ଫଳରେ ଅନ୍ୟ ପିଲାଙ୍କୁ ଖାଦ୍ୟ ନିଅଣ୍ଟ ହୋଇଥିଲା । ଉକ୍ତ ଘଟଣାକୁ ନେଇ ବିଧାୟକ ସ୍କୁଲ ଶିକ୍ଷକ ଙ୍କୁ ନିନ୍ଦା କରିବା ସହିତ ଶିକ୍ଷକ ମାନଙ୍କୁ "ଚୋର ଶିକ୍ଷକ ଟଙ୍କା ଖାଉଛ " ବୋଲି କହି ଅଶ୍ଳୀଳ ଭାଷା ରେ ଗାଳି ଦେଇ ଅପମାନ ଦେଇଥିଲେ । ଏବଂ ଶିକ୍ଷକ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲ୍ଲା ପ୍ରଶାସନ କୁ ବାଧ୍ୟ କରାଯାଇଥିବା ଅଭିଯୋଗ କରିଥିଲେ ଶିକ୍ଷକ ସଂଘ । ଶିକ୍ଷକ ସଂଘ କହିଛି ଯେ ଆସନ୍ତା ୨୨ ତାରିଖ ସୁଦ୍ଧା ନିଲମ୍ବିତ ଶିକ୍ଷକ ମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ସହିତ ବିଧାୟକ ନିଜ କାର୍ଯ୍ୟକଳାପ ପାଇଁ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବି କରିଛନ୍ତି । ଯଦି ଦାବି ପୂରଣ ନ ହେଲେ ଆଗାମୀ ନଭେମ୍ବର ମାସ ୧ ତାରିଖରୁ ବିଭାଗୀୟ ଜିଲ୍ଲା ର ଛାତ୍ରାବାସ ଓ ଛାତ୍ରୀ ନିବାସ ପରିଚାଳନା ବର୍ଜନ କରିବାକୁ ଧମକ ଦେଇଛନ୍ତି ।ଅନ୍ୟପଟେ ବିଧାୟକ ଏହି ଅଭିଯୋଗ କୁ ଖଣ୍ଡନ କରିବା ସହ ପିଲାଙ୍କୁ ଖାଇବା କୁ ନଦେବା ଏହାଏକ ଦଣ୍ଡନୀୟ ଅପରାଧ ତାଙ୍କେ ଜାଣିବା ଦରକାର ବୋଲି କହିବା ସହ ଜିୟେ ଭୁଲ କରିବ ସିୟେ ଅବଶ୍ୟ ଦଣ୍ଡ ପାଇବ ଆଉ ଜିୟେ ଭଲକାମ କରିବ ସିୟେ ପୁରସ୍କୃତ ହେବ ବୋଲି କରିଥିଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.