ETV Bharat / state

ଯୁବତୀ ଓ ଦାଦନ ଶ୍ରମିକଙ୍କୁ ନେଇ ଯାଉଥିବା ବସକୁ ଅଟକାଇଲା ଶ୍ରମ ବିଭାଗ

କୋରୋନା ପାଇଁ ଜୀବନ ଜୀବିକା ଚିନ୍ତାରେ ପ୍ରବାସୀ । ନବରଙ୍ଗପୁର ଶ୍ରମ ବିଭାଗ ତରଫରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ନିକଟବର୍ତ୍ତୀ ନବରଙ୍ଗପୁର ସହର ଉପକଣ୍ଠ ନୀଳକଣ୍ଠ ଗୁଡାଠାରେ ୧୬ ଜଣ ଯୁବତୀ ଓ ୭ ଜଣ ଯୁବକଙ୍କୁ ନେଇ ଯାଉଥିବା ଏକ ବସକୁ ଅଟକାଇ ସେମାନଙ୍କୁ ଉଦ୍ଧାର କରିଛି । ଅଧିକ ଖବର ପଢନ୍ତୁ...

ଯୁବତୀ ଓ ଦାଦନ ଶ୍ରମିକଙ୍କୁ ନେଇ ଯାଉଥିବା ବସକୁ ଅଟକାଇଲା ଶ୍ରମ ବିଭାଗ
ଯୁବତୀ ଓ ଦାଦନ ଶ୍ରମିକଙ୍କୁ ନେଇ ଯାଉଥିବା ବସକୁ ଅଟକାଇଲା ଶ୍ରମ ବିଭାଗ
author img

By

Published : Aug 25, 2020, 10:50 PM IST

ନବରଙ୍ଗପୁର: କୋରୋନା ପାଇଁ ଜୀବନ ଜୀବିକା ଚିନ୍ତାରେ ପ୍ରବାସୀ । ଦିନେ ମହାମାରୀ କୋରୋନାଠୁ ଜୀବନକୁ ସୁରକ୍ଷିତ ରଖିବା ପାଇଁ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଉପାନ୍ତ ନବରଙ୍ଗପୁର ଅଞ୍ଚଳର ହଜାର ହଜାର ଦାଦନ । ଫେରିଥିବା ଦାଦନଙ୍କୁ ବର୍ତ୍ତମାନ ଘାରିଛି ନିଜ ନିଜ ଜୀବିକା ଚିନ୍ତା । ଜୀବିକା ପାଇଁ ପୁଣି ଦାଦନ ଯାଉଛନ୍ତି ବାହାର ରାଜ୍ୟକୁ । ବିନା ରେଜିଷ୍ଟ୍ରେସନରେ ଦାଦନ ଶ୍ରମିକକୁ ନେଇ ଯାଉଥିବା ଏକ ବସକୁ ଅଟକାଇଛି ନବରଙ୍ଗପୁର ଶ୍ରମ ବିଭାଗ ।

ଯୁବତୀ ଓ ଦାଦନ ଶ୍ରମିକଙ୍କୁ ନେଇ ଯାଉଥିବା ବସକୁ ଅଟକାଇଲା ଶ୍ରମ ବିଭାଗ

କୌଣସି ସୂତ୍ରରୁ ଖବର ପାଇ ନବରଙ୍ଗପୁର ଶ୍ରମ ବିଭାଗ ତରଫରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ନିକଟବର୍ତ୍ତୀ ନବରଙ୍ଗପୁର ସହର ଉପକଣ୍ଠ ନୀଳକଣ୍ଠ ଗୁଡାଠାରେ ୧୬ ଜଣ ଯୁବତୀ ଓ ୭ ଜଣ ଯୁବକଙ୍କୁ ନେଇ ଯାଉଥିବା ଏକ ବସକୁ ଅଟକାଇ ସେମାନଙ୍କୁ ଉଦ୍ଧାର କରିଛି । ଉଦ୍ଧାର ଦାଦନ ଶ୍ରମିକଙ୍କୁ ଶ୍ରମ କାର୍ଯ୍ୟାଳୟ ଠାରେ ରଖି ପଚରାଉଚରା କରିବା ସମୟରେ ସେମାନେ ବିନା ରେଜିଷ୍ଟ୍ରେସନରେ ତାମିଲନାଡୁର ତିରୁପତି ଅଞ୍ଚଳକୁ କାମ କରିବାକୁ ଯାଉଥିବା ଜାଣିବାକୁ ପାଇଥିଲେ ।

ସେମାନଙ୍କ ମଧ୍ୟରୁ ନବରଙ୍ଗପୁରର ୯ ଜଣ, ମାଲକାନଗିରିର ୫ ଜଣ, କଳାହାଣ୍ଡି ୨, ନୂଆପଡା ୧, କୋରାପୁଟର ୩ ଜଣ ଥିବା ଜଣାପଡିଛି । ଅନ୍ୟ ତିନି ଜଣଙ୍କ ବିଷୟରେ ପଚରାଉଚରା ଜାରି ରହିଛି । ତେବେ ଯଦି ବାହାର ରାଜ୍ୟକୁ କାମ କରି ଯିବାକୁ ଜୀବିକାକୁ ଯଦି ଫେରନ୍ତି ତେବେ ନିୟମ ଅନୁସାରେ ରେଜିଷ୍ଟ୍ରେସନ କରିବା ପାଇଁ କହିଛନ୍ତି । ତେବେ ସେମାନଙ୍କୁ ପଚରାଉଚରା କରିବା ପରେ ସେମାନଙ୍କ ଘରକୁ ପଠାଇଦେଇଛି ଶ୍ରମ ବିଭାଗ । ଘଟଣାସ୍ଥଳରେ ନବରଙ୍ଗପୁର ଥାନା ଅଧିକାରୀ ପହଞ୍ଚି ଗାଡିର କାଗଜ ପତ୍ର ଯାଞ୍ଚ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.