ETV Bharat / state

Russia-Ukraine War: ୟୁକ୍ରେନରେ ଫସି ରହିଛନ୍ତି ନବରଙ୍ଗପୁରର ଡାକ୍ତରୀ ଛାତ୍ର - ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ

ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଛି ଲଢେଇ । ତେବେ ଲଢେଇର ସମ୍ଭାବ୍ୟ ପରିସ୍ଥିତିର ଚିତ୍ର ଭୟଙ୍କର ହେଉଥିବାରୁ ନବରଙ୍ଗପୁର ପାଇଁ ଆସିଛି ଚିନ୍ତାଜନକ ଖବର । ଅଧିକ ପଢନ୍ତୁ

ୟୁକ୍ରେନରେ ଫସି ରହିଛନ୍ତି ନବରଙ୍ଗପୁରର ଡାକ୍ତରୀ ଛାତ୍ର

author img

By

Published : Feb 24, 2022, 5:47 PM IST

Updated : Feb 24, 2022, 6:47 PM IST

ନବରଙ୍ଗପୁର: ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଛି ଲଢେଇ । ତେବେ ଲଢେଇର ସମ୍ଭାବ୍ୟ ପରିସ୍ଥିତିର ଚିତ୍ର ଭୟଙ୍କର ହେଉଥିବାରୁ ନବରଙ୍ଗପୁର ପାଇଁ ଆସିଛି ଚିନ୍ତାଜନକ ଖବର । ୟୁକ୍ରେନରେ ଅନେକ ଭାରତୀୟ ଫସି ରହିଥିବାବେଳେ ସେଥିମଧ୍ୟରୁ ନବରଙ୍ଗପୁରର ଡାକ୍ତରୀ ପଢୁଥିବା ଛାତ୍ର ମଧ୍ୟ ଫସି ରହିଛନ୍ତି ।

Russia-Ukraine War: ୟୁକ୍ରେନରେ ଫସି ରହିଛନ୍ତି ନବରଙ୍ଗପୁରର ଡାକ୍ତରୀ ଛାତ୍ର

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମ୍ମା ଗ୍ରାମର ସୁବାସ ସାହୁଙ୍କ ଏକମାତ୍ର ପୁତ୍ର ସୌରଭ ସାହୁ ୟୁକ୍ରେନର ଫସି ଯାଇଛନ୍ତି । ସୌରଭ ଡାକ୍ତର ପାଠ୍ୟକ୍ରମ ପାଇଁ ୟୁକ୍ରେନ ଯାଇଥିବାବେଳେ ବର୍ତ୍ତମାନ ଏହା ତାଙ୍କ ପାଠ୍ୟକ୍ରମର ଶେଷ ବର୍ଷ ଥିଲା । ତେବେ ସେଠାକାର ପରିସ୍ଥିତି ଦେଖିକି ସେ ଗତ ୯ ତାରିଖରେ ସ୍ବଦେଶ ଫେରି ଆସିବା ପାଇଁ ଟିକେଟ କରିଥିଲେ ।

ମାତ୍ର ଏହା ପୂର୍ବରୁ ଋଷ ୟୁକ୍ରେନ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ଫଳରେ ସେମାନେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ନେଇ ସନ୍ଦେହ ଉପୁଜିଛି । ଏହାସହ ନିଜ ସ୍ବଦେଶକୁ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ ନେଇ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିଥିବା ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Feb 24, 2022, 6:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.