ETV Bharat / state

ନବରଙ୍ଗପୁରରେ ବାଲ୍ୟବିବାହକୁ ରୋକିଲା ସ୍ଥାନୀୟ ପ୍ରଶାସନ

ଆଜି ମଧ୍ୟ ନବରଙ୍ଗପୁରର କିଛି ସ୍ଥାନରେ ବାଲ୍ୟବିବାହ ଭଳି କୁପ୍ରଥା ଦେଖିବାକୁ ମିଳିଛି । ତେବେ ଏହି ବିବାହକୁ ସ୍ଥାନୀୟ ପ୍ରଶାସନ ପହଞ୍ଚି ରୋକିଛି । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ବାଲ୍ୟବିବାହକୁ ରୋକିଲା ସ୍ଥାନୀୟ ପ୍ରଶାସନ
ନବରଙ୍ଗପୁରରେ ବାଲ୍ୟବିବାହକୁ ରୋକିଲା ସ୍ଥାନୀୟ ପ୍ରଶାସନ
author img

By

Published : Mar 5, 2021, 7:52 AM IST

ନବରଙ୍ଗପୁର: ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ପଞ୍ଚାୟତ ସିଉନିଗୁଡା ଗ୍ରାମରେ ସ୍ଥାନୀୟ ପ୍ରଶାସନ ବାଲ୍ୟ ବିବାହକୁ ବନ୍ଦ କରିଛି । ଏହାସହିତ ବାଲ୍ୟ ବିବାହର କୁପରିଣତି ସମ୍ପର୍କରେ ଉଭୟ ବର ଓ କନ୍ୟା ପକ୍ଷଙ୍କୁ ବୁଝାଇଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁରରେ ବାଲ୍ୟବିବାହକୁ ରୋକିଲା ସ୍ଥାନୀୟ ପ୍ରଶାସନ

ବର୍ତ୍ତମାନ ମଧ୍ୟ ଜିଲ୍ଲାର କିଛି ସ୍ଥାନରେ ବାଲ୍ୟ ବିବାହ ଭଳି ଘଟଣା ସାମନାକୁ ଆସୁଛି । ବାଲ୍ୟ ବିବାହ ଭଳି କୁପ୍ରଥାକୁ ଆଜି ମଧ୍ୟ କିଛି ଲୋକ ସମର୍ଥନ କରୁଛନ୍ତି । ତେବେ ଏଭଳି ଏକ ଘଟଣା ସାମନାକୁ ଆସିବା ପରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା । ବିବାହ ବୟସ ହେବା ପରେ ଉଭୟଙ୍କ ବିବାହ କରାଇବାକୁ ଉଭୟ ପକ୍ଷକୁ ବୁଝାଇଥିଲେ ।

ବାଲ୍ୟବିବାହ ରୋକିବାକୁ ସମସ୍ତେ ଶପଥ ନେଇଥିଲେ । ଏହା ରୋକିବାକୁ ସିଡିପିଓ ଗୀତାରାଣୀ ସାହୁ, ଚାଇଲଡ ଲାଇନ ରବୀନ୍ଦ୍ର ପ୍ରଧାନ, ଟଙ୍କ ଜାନି, ସୁପରଭାଇଜର ମଞ୍ଜୁଲତା ନାୟକ, ଏଏନ୍ଏମ୍ ଉର୍ମିଳା ନାୟକ, ପିଏଲଭି ସଭ୍ୟ ରାଜକିଶୋର ରାଓ ଓ ଆଶାକର୍ମୀ ଗ୍ରମାରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.