ETV Bharat / state

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର - hanging

ପାରିବାରିକ ଅଶାନ୍ତିରେ ଅତିଷ୍ଠ ହୋଇ ଯୁବକଙ୍କ ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ।

ଫଟୋ ସୌଜନ୍ୟ: ପ୍ରତିନିଧି ରାଇରଙ୍ଗପୁର
author img

By

Published : Jun 12, 2019, 10:02 AM IST

ରାଇରଙ୍ଗପୁର: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅଧୀନରେ ଥିବା କୁଲେଇଶିଳା ବଜାରରେ । ମୃତ ଯୁବକ ଜଣକ ହେଲେ ସେହି ଅଞ୍ଚଳର ଭାଟିଆ ଓରଫ ରାଜକୁମାର ଯୋଶୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ରାଇରଙ୍ଗପୁର

ରାଜକୁମାର ଜଣେ ଧର୍ମପରାୟଣ ଯୁବକ। ତେବେ ପାରିବାରିକ ଅଶାନ୍ତି ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ନିଜ ଘରେ ଭିତର ପଟୁ କବାଟ ଲଗାଇ ଝୁଲନ୍ତା ଅବସ୍ଥାରେ ରାଜକୁମାର ଆତ୍ମହତ୍ୟା କରିଥିବାବେଳେ ଏ ବିଷୟରେ ଖବର ପାଇ ଗୋରୁମହିଷାଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଛି । ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.