ETV Bharat / state

ଲୌହ ଖଣି ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପ୍ରର୍ଯ୍ୟନ୍ତ ଶ୍ରମିକଙ୍କ ଗଣଧାରଣା - ଗୋରୁମହିଷାଣୀ ଲୌହ ଖଣି

ମୟୁରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଲୌହ ଖଣି ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପ୍ରର୍ଯ୍ୟନ୍ତ ଶ୍ରମିକଙ୍କ ଗଣଧାରଣା। ତେବେ ପ୍ରତିଶ୍ରୁତି ଦେଇଥିବା ଦାବି ଗୁଡିକ ପୂରଣ ନହେଲେ ଶତାଧିକ ଶ୍ରମିକ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି କହିଛନ୍ତି ।

workers strike
ଅନିର୍ଦ୍ଦିଷ୍ଟ କାଳ ପ୍ରର୍ଯ୍ୟନ୍ତ ଶ୍ରମିକଙ୍କ ଗଣଧାରଣା
author img

By

Published : Oct 4, 2020, 8:04 PM IST

Updated : Oct 4, 2020, 9:06 PM IST

ରାଇରଙ୍ଗପୁର: ୪ ଦଫା ଦାବି ନେଇ ମୟୁରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଲୌହ ଖଣି ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପ୍ରର୍ଯ୍ୟନ୍ତ ଶ୍ରମିକଙ୍କ ଗଣଧାରଣା। ୧୯୭୨ ମସିହାଠାରୁ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ସମସ୍ତ ଶ୍ରମିକ ଓ କର୍ମଚାରୀଙ୍କ ତାଲିକା ଯୋଗାଇ ଦିଆଯାଉ, ବେକାରୀ ଯୁବକ ମାନେ ନିଜ ଅଞ୍ଚଳରେ ଖଣି ଥାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନଯାଇ ସ୍ଥାନୀୟ ଲୌହଖଣିରେ ନିଯୁକ୍ତି, ଖଣି ତଳିଆ ଅଞ୍ଚଳର କୃଷକ ମାନଙ୍କ ଜମିରେ ବାଲିପୁତ ପାଇଁ ଉଚିତ କ୍ଷତିପୂରଣ ଦିଆଯାଉ ଭଳି ମୁଖ୍ୟ ୪ ଦଫା ଦାବି ନେଇ ଗୋରୁମହିଷାଣୀ ଲୌହଖଣି ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପ୍ରର୍ଯ୍ୟନ୍ତ ଶ୍ରମିକଙ୍କ ଗଣଧାରଣା ଦିଆଯାଇଛି।

ଅନିର୍ଦ୍ଦିଷ୍ଟ କାଳ ପ୍ରର୍ଯ୍ୟନ୍ତ ଶ୍ରମିକଙ୍କ ଗଣଧାରଣା

ସୂଚନା ଅନୁସାରେ, ଉକ୍ତ ଖଣିଟି ଦୀର୍ଘ ୪୮ ବର୍ଷ ହେବ ମେସର୍ସ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରା.ଲି ମାଲିକାନାରେ ଥିଲା । କିନ୍ତୁ ୩୧ ମାର୍ଚ୍ଚ ୨୦୨୦ରେ ଖଣିର ଲିଜ୍ ସରିଥିଲା। ଲିଜ୍ ସରିବା ପରେ ଇ-ନିଲାମ ଜରିଆରେ ନିଲାମ ହୋଇଥିଲା ଏବଂ ପୁନଃବାର ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରା.ଲି ମାଲିକାନାକୁ ଯାଇଛି।

ତେବେ ଭକ୍ତ ଲୌହଖଣିର ଶ୍ରମିକ ପୂର୍ବରୁ ଯେମିତି ଅଶାନ୍ତ ଥିଲେ ବର୍ତ୍ତମାନ ଲୌହଖଣି ଲିଜ୍ ସରିବା ପରେ ମଧ୍ୟ ଶ୍ରମିକ ଅଶାନ୍ତ ହେଉଥିବା ଦେଖିବାକୁ ମିଳିଛି। ତେବେ ପ୍ରତିଶ୍ରୁତି ଦେଇଥିବା ଦାବି ଗୁଡିକ ପୂରଣ ନହେଲେ ଶତାଧିକ ଶ୍ରମିକଙ୍କୁ ନେଇ ଖଣି କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଆବାହକ ଗୋରୁମହିଷାଣୀ ବିକାଶ ପରିଷଦର ସଭାପତି ତଥା ଶ୍ରମିକନେତା ଶ୍ରୀ ଟୁଡୁ ଚେତାବନୀ ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Oct 4, 2020, 9:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.