ETV Bharat / state

ଭିନ୍ନ ପରମ୍ପରା, ଯେଉଁଠି ସ୍ନାନଯାତ୍ରାରେ ହୁଏ ରଥଯାତ୍ରା

ସବୁଆଡେ ଦିଅଁଙ୍କ ନବଯୌବନ ଦର୍ଶନ ପରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ମୟୁରଭଞ୍ଜ ବଡସାହି ବ୍ଲକରେ କିନ୍ତୁ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଶିମିଳିପାଳ ପାଦଦେଶରେ ଥିବା ଗୁଡିଆଲବନ୍ଧ ଗାଁରେ ଦେବସ୍ନାନ ପୂର୍ଣ୍ଣିମା ଦିନ ରଥାଯାତ୍ରା ଅନୁଷ୍ଠିତ ହୋଇ ପରଦିନ ବାହୁଡା ଯାତ୍ରା ଅନୁଷ୍ଠିତ ହୁଏ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ
author img

By

Published : Jun 19, 2019, 7:06 PM IST

Updated : Jun 19, 2019, 7:17 PM IST

ମୟୁରଭଞ୍ଜ: କାଳିଆ ସାଆନ୍ତଙ୍କ ମହାତ୍ମ୍ୟ ଅପରମ୍ପାର । ଆଉ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଏଥିରୁ ଅନ୍ୟତମ । ସବୁଆଡେ ଦିଅଁଙ୍କ ନବଯୌବନ ଦର୍ଶନ ପରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ମୟୁରଭଞ୍ଜ ବଡସାହି ବ୍ଲକରେ କିନ୍ତୁ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଶିମିଳିପାଳ ପାଦଦେଶରେ ଥିବା ଗୁଡିଆଲବନ୍ଧ ଗାଁରେ ଦେବସ୍ନାନ ପୂର୍ଣ୍ଣିମା ଦିନ ରଥାଯାତ୍ରା ଅନୁଷ୍ଠିତ ହୋଇ ଦେବସ୍ନାନ ପରଦିନ ବାହୁଡା ଯାତ୍ରା ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ଏଠି ରଥଯାତ୍ରା ପରମ୍ପରାର ବ୍ୟତିକ୍ରମ, ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ କରି ସର୍ବତ୍ର ଦେବସ୍ନାନ ପୂର୍ଣ୍ଣିମାରେ ତିନି ଦିଅଁ ମହାସ୍ନାନ ପରେ ଅସୁସ୍ଥ (ଜ୍ୱର) କାରଣରୁ ଅଣସରରେ ରହିଥାନ୍ତି । ନବ ଯୌବନ ଦର୍ଶନର ପରଦିନ ରଥଯାତ୍ରା ପର୍ବ ଆରମ୍ଭ ହୋଇ ୯ ଦିନରେ ବାହୁଡା ଯାତ୍ରା ସମ୍ପନ୍ନ ହୋଇଥାଏ । ମାତ୍ର ଏଠାରେ ଏକ ସ୍ୱତନ୍ତ୍ର ପରମ୍ପରା ବହନ କରି ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମା ଦିନ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି।

ପ୍ରତିକୂଳ ପାଗ ସତ୍ତ୍ବେ ଭକ୍ତଙ୍କ ଭିଡ଼ ମଧ୍ୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ବା ମଠର ନୀତିରେ ଦେବସ୍ନାନ ପରେ ତିନି ଠାକୁର ଗୋଟିଏ ରଥରେ ସନ୍ଧ୍ୟାରେ ଯାତ୍ରା କରି ଗାଁ ମୁଣ୍ଡରେ ଥିବା ମାଉସୀବାଡି ଗ୍ରାମ ଦେବତୀ ସିନ୍ଦୁରଗୌରା ଠାକୁରାଣୀଙ୍କ ପୀଠରେ ପହଞ୍ଚିଛନ୍ତି। ସେଠାରେ ତିନି ଠାକୁର ରଥ ଉପରେ ଗୋଟିଏ ରାତି ରହିବା ପରେ ମନ୍ଦିରକୁ ବାହୁଡ଼ି ପୂର୍ବ ପରି ପୂଜା ପାଇବେ । ସମସ୍ତ ‘କ୍ଷେତ୍ର’ରେ ଦିଅଁମାନେ ଅଣସର ଘରେ ରହି ସେମାନେ ପଟିଦିଅଁରେ ବିଷ୍ଣୁ, ମହେଶ୍ୱର ଓ ଶକ୍ତି ରୂପରେ ପୂଜା ପାଉଥିବା ବେଳେ ଏହି ଗ୍ରାମର ଜଗନ୍ନାଥ ମନ୍ଦିରରେ ତିନି ଠାକୁର ନିଜ ନିଜ ରୂପରେ ପୂଜା ପାଆନ୍ତି । ଫଳରେ ସ୍ନାନ ପୂର୍ଣ୍ଣିମା ଦିନ ଠାରୁ ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ଏଠାରେ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ ।

ଏଠାରେ ଅନ୍ୟ ଏକ ବିଶେଷତ୍ତ୍ୱ ରହିଛି ଯେ, ଦୀର୍ଘ ୩୩ବର୍ଷ ମଧ୍ୟରେ ଭକ୍ତମାନେ ତିନି ଠାକୁରଙ୍କୁ ନବ କଳେବର ରୂପରେ ଦେଖିବାକୁ ପାଇନାହାଁନ୍ତି । ମଠର ମହନ୍ତ ଯୋଗେନ୍ଦ୍ର ଜୀଙ୍କ ସୂଚନାନୁଯାୟୀ ୧୯୮୪ ମସିହା ଏପ୍ରିଲ ୧୦ ତାରିଖରେ ଚାଲି ଚାଲି ପୁରୀକୁ ରଥଯାତ୍ରା ଦେଖିଯାଇଥିଲେ । ଆଉ ଯିବା ବାଟରେ ଦେଖିଥିବା ସ୍ୱପ୍ନାଦେଶ ଅନୁଯାୟୀ ସେ ତିନି ଦିଅଁଙ୍କୁ ସେହି ଗ୍ରାମରେ ପ୍ରତିଷ୍ଠା କରି ପୂଜା କରିଆସୁଛନ୍ତି । ମହାପ୍ରଭୁଙ୍କ ନିର୍ଦ୍ଦେଶରେ ଏଭଳି ପରମ୍ପରା ଚାଲି ଆସିଛି ବୋଲି ସେ କୁହନ୍ତି । ଜଗନ୍ନାଥ ସଂସ୍କୃତିରେ ଏହା ଏକ ସ୍ୱତନ୍ତ୍ର ପରମ୍ପରା ବହନ କରିଥିଲେ ହେଁ ରଥଯାତ୍ରା ଦେଖିବା ପାଇଁ ଶିମିଳିପାଳ ପାଦଦେଶରେ ଥିବା ଗ୍ରାମଗୁଡିକରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:Conclusion:
Last Updated : Jun 19, 2019, 7:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.