ବାରିପଦା : କାର ଓ ଅଟୋ ମୁହାଁମୁହିଁ ଧକ୍କା । 12 ରୁ ଅଧିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୟୂରଭଞ୍ଜର ରାଜପଥର ଚିତ୍ରଡା-ଷ୍ଟେସନ ଅମରଦା ରୋଡ଼ ରାସଗୋବିନ୍ଦପୁର ଥାନା ନାକିଚୁଆ ନିକଟ ବାଙ୍କ ଜଙ୍ଗଲରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ ଏକ ଅଟୋରେ ଥିବା ଯାତ୍ରୀମାନେ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରୁ କାମ କରିବା ପାଇଁ ବାଲେଶ୍ବର ଜିଲ୍ଲାକୁ ଯାଇଥିଲେ । ଫେରିବା ସମୟରେ ଦ୍ରୁତଗତି ରେ ବିପରୀତ ଦିଗରୁ ଆସୁଥିବା ଏକ କାର ଧକ୍କା ଦେଇଥିଲା। ତେବେ ଉଭୟ କାର ଓ ଅଟୋରେ ଥିବା ୧୨ ଥିବାରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି।
ଖବର ପାଇ ରାସଗୋବିନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ପାଇଁ ରାସଗୋବିନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବା ଯାତ୍ରୀ ମାନଙ୍କୁ ଅଧିକ ଚିକିତ୍ସା ପାଇଁ ରାସଗୋବିନ୍ଦପୁର ଡାକ୍ତରଖାନାରୁ ପଣ୍ଡିତ ରଘୁନାଥ ମୂର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ