ETV Bharat / state

ମିଳିଲାନି ଦରମା; ମ୍ୟୁନିସିପାଲିଟି ଅଫିସକୁ ଅଳିଆ ଫିଙ୍ଗିଲେ ସଫେଇ କର୍ମଚାରୀ - ବାରିପଦା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ଦରମା ନମିଳିବାରୁ ବାରିପଦା ପୌରପରିଷଦରେ କାର୍ଯ୍ୟରତ ସଫେଇ କର୍ମଚାରୀ ମ୍ୟୁନିସିପାଲିଟି ଅଫିସକୁ ଫିଙ୍ଗିଲେ ଅଳିଆ ।

ମୁନିସିପାଲିଟି ଅଫିସକୁ ଅଳିଆ ଫିଙ୍ଗିଲେ ସଫେଇ କର୍ମଚାରୀ
author img

By

Published : Nov 13, 2019, 2:37 PM IST

ବାରିପଦା: ଦରମା ନମିଳିବାରୁ ସଫେଇ କର୍ମଚାରୀଙ୍କ ଅଭିନବ ପ୍ରତିବାଦ । ବାରିପଦା ପୌରପରିଷଦରେ କାର୍ଯ୍ୟରତ ସଫେଇ କର୍ମଚାରୀ ସହରର ବିଭିନ୍ନ ସ୍ଥାନରୁ ଅଳିଆ ଆବର୍ଜନା ଆଣି କାର୍ଯ୍ୟାଳୟ ଭିତରେ ଫିଙ୍ଗି ପ୍ରତିବାଦ କରୁଥିବା ଘଟଣା ସାମନାକୁ ଆସିଛି ।

ବାରିପଦା ମ୍ୟୁନିସିପାଲିଟିରେ କାର୍ଯ୍ୟରତ ସଫେଇ କର୍ମଚାରୀ ଦରମା ଦାବିରେ ଗତକାଲି ଠାରୁ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଆନ୍ଦୋଳନ ଉଗ୍ର ରୂପ ନେଇଛି । ସହର ଭିତରେ ବିଭିନ୍ନ ସ୍ଥାନରେ ଥିବା ଅଳିଆ ଭର୍ତ୍ତି ଡଷ୍ଟବିନକୁ ଆଣି ରାସ୍ତା ଉପରକୁ ଫିଙ୍ଗିଛନ୍ତି । କେବଳ ଏତିକି ନୁହେଁ ଅଳିଆ ଭର୍ତ୍ତି ଟ୍ରାକ୍ଟରକୁ ମଧ୍ୟ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଫିଙ୍ଗିଦେଇଛନ୍ତି ।

ମୁନିସିପାଲିଟି ଅଫିସକୁ ଅଳିଆ ଫିଙ୍ଗିଲେ ସଫେଇ କର୍ମଚାରୀ

ସଫେଇ ପାଇଁ ଟେଣ୍ଡର ନେଇଥିବା ଠିକା ସଂସ୍ଥା ଦରମା ଦେଉ ନଥିବାବେଳେ ଅନ୍ୟାନ୍ୟ ସରାକରୀ ସୁବିଧା ସୁଯୋଗ ଦେଉନଥିବା ଅଭିଯୋଗ କରିଛନ୍ତି ସଫେଇ କର୍ମଚାରୀ । ତେବେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ସମ୍ପୃକ୍ତ ସଂସ୍ଥା ଦାବି ପୂରଣ ନ କଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଫେଇ କର୍ମଚାରୀ ଚେତାବନୀ ଦେଇଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ବାରିପଦା ମୁନସିପାଲିଟି ରେ କାର୍ଯ୍ୟରତ ସଫେଇ କର୍ମଚାରୀ ଦରମା ଦାବିରେ ଗତକାଲି ଠାରୁ ଆନ୍ଦୋଳନ ଜାରିରଖିଥିବା ବେଳେ ଆଜି ଆନ୍ଦୋଳନ ଉଗ୍ର ରୂପ ନେଇଅଛି - ଅଭିନବ ଉପାୟରେ ପ୍ରତିବର କରିଛନ୍ତି ସଫେଇ କର୍ମଚାରୀ - ଦରମା ନ ମିଳିବାରୁ ଏହାର ପ୍ରତିବାଦ କରିଛନ୍ତି କର୍ମଚାରୀ ମାନେ - ସହର ର ବିଭିନ୍ନ ସ୍ଥାନରୁ ଅଳିଆ ଆବର୍ଜନା ଆଣି ପୌର ପରିଷଦ କାର୍ଯ୍ୟାଳୟ ଭିତରେ ଫିଙ୍ଗି ଦେଇଛନ୍ତି କର୍ମଚାରୀ ଖାଲି ସେତିକି ନୁହିଁ ସହର ଭିତରେ ବିଭିନ୍ନ ସ୍ଥାନରେ ଅଳିଆ ଭର୍ତି ଡଷ୍ଟବିନା ସବୁ ରାସ୍ତା ଉପରକୁ ଫିଙ୍ଗି ଦେଇଛନ୍ତି- ଅଳିଆ ଭର୍ତି ଏକ ଟ୍ରାକ୍ଟର କୁ ମଧ୍ୟ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଅଳିଆ କୁ ଫିଙ୍ଗିଛନ୍ତି-ସଫେଇ ପାଇଁ ଟେଣ୍ଡର ନେଇଥିବା ଠିକ ସଂସ୍ଥା ଠିକ ସମୟରେ ଦରମା ଦେଉ ନଥିବା ବେଳେ ଅନ୍ୟାନ୍ୟ ସରକାରୀ ସୁଵିକଢ ସୁଯୋଗ ମଧ୍ୟ ଦେଉନାହିଁ ବୋଲି ଅଭଯୋଗ କରିଛନ୍ତି ସଫେଇ କର୍ମଚାରୀ- ତେବେ ପରିସ୍ଥିତି ଉତ୍ତେଜନା ପୁର୍ଣ ହେବାରୁ ପୋଲିସ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରି ସଫେଇ କର୍ମଚାରୀ ଙ୍କ ଆଲୋଚନା କରିଛନ୍ତି - ଆଲୋଚନା ପରେ ଆଜି ସନ୍ଧ୍ୟା ସୁଦ୍ଧ ସମ୍ପୃକ୍ତ ସଂସ୍ଥା ଦାବି ପୂରଣ ନ କଲେ ପୁଣି ଆନ୍ଦୋଳନ କୁ ଓହ୍ଲାଇ ବେ ବୋଲି ଚେତାବନୀ ଦେଇଛନ୍ତି
ବାଇଟ- ୧- ଆନ୍ଦୋଳନକାରୀ ସଫେଇ କର୍ମଚାରୀ
ବାଇଟ-୨- ଆନ୍ଦୋଳନକାରୀ ସଫେଇ କର୍ମଚାରୀ
ବାଇଟ- ୩- ଆନ୍ଦୋଳନକାରୀ ସଫେଇ କର୍ମଚାରୀConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.