ବାରିପଦା: ଜିଲ୍ଲାରେ ଆରମ୍ଭ ହୋଇଯାଇଛି ସ୍ବରତାଳ ମହୋତ୍ସବ । ନିଚୁଆପଦାରେ ରାଜ୍ୟ ତଥା ରାଜ୍ୟ ବାହାର କଳା ସଂସ୍କୃତିକୁ ମଞ୍ଚ ଉପରେ ନିଖୁଣ ଭାବେ ପରିବେଷଣ କରାଯାଇଥିଲା । କେତେବେଳେ ଗୋଟି ପୁଅର ନାଚ ତ କେତେବେଳେ ସମ୍ବଲପୁରୀ ନାଚରେ ଦୁଲୁକିଥିଲା ମଞ୍ଚ ।
ଓଡ଼ିଶୀ ନୃତ୍ୟ ଓ ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକକଳାକୁ ନେଇ ପ୍ରଦର୍ଶିତ ହୋଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକକଳା ପ୍ରଦର୍ଶନ କରିବା ସହ ଆସାମରୁ ଆସିଥିବା ବଡ଼ ଡ୍ୟାନ୍ସ ଓ ପଶ୍ଚିମବଙ୍ଗର କଳାକାର ନିଜ କଳାକୃତିର ଜଲବା ଦେଖାଇଛନ୍ତି।
ଦୀର୍ଘ 28 ବର୍ଷ ଧରି ଏହି ସ୍ୱର ତାଳ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଏଭଳି ଏକ କାର୍ଯ୍ୟକ୍ରମ ଦ୍ୱାରା ହଜିଯାଉଥିବା କଳା ସଂସ୍କୃତିକୁ ବଞ୍ଚାଇବାକୁ ପ୍ରୟାସ ବୋଲି କହିଛନ୍ତି ଆୟୋଜକ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରମାନଙ୍କର କଳାକୃତିକୁ ଉପଭୋଗ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକ ଖୋଲା ଆକାଶ ତଳେ ରାତିତମାମ ମଜାନିଅନ୍ତି ।
କଳା ପାଇଁ କଳା ବଞ୍ଚି ରହେ, ହଜିଯାଉଥିବା ଲୋକକଳାକୁ ବଞ୍ଚାଇବା ପାଇଁ ସ୍ୱରତାଳ ମହୋତ୍ସବର ପ୍ରୟାସକୁ ସବୁ ମହଲରୁ ପ୍ରଶଂସା କରାଯାଇଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ