ମୟୁରଭଞ୍ଜ: ଜିଲ୍ଲା ରାଜନୀତିରେ ପୁଣି ସୃଷ୍ଟି ହେଲା ଝଡ଼ । ଦଳରୁ ବିଦା ହେଲେ ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ସାଂସଦ ତଥା JMM ଦଳର ରାଜ୍ୟ ସାଧାରଣ ସମ୍ପାଦକ ରାମଚନ୍ଦ୍ର ହାଁସଦା(Former Mayurbhanj MP Ramachandra Hansdah) । ପୂର୍ବରୁ ଜିଲ୍ଲା ପରିଷଦ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ (Anti Party Activities)କରିଥିବା ଅଭିଯୋଗରେ ଦଳ ତାଙ୍କୁ ଜୁଲାଇ 22ରେ ପଦରୁ ହଟାଯାଇଥିଲା ।
ଆଜି ରାଇରଙ୍ଗପୁର କଲ୍ୟାଣୀ ମଣ୍ଡପରେ JMM ବଞ୍ଚାଓ ଅଭିଯାନ ନାମକ ଏକ ବୈଠକ ଡାକି ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ଦଳପକ୍ଷରୁ ତାଙ୍କୁ 6 ବର୍ଷ ପାଇଁ ନିଲମ୍ବିତ କରାଯାଇଛି । JMMର ରାଇରଙ୍ଗପୁର କାର୍ଯ୍ୟାଳୟରେ JMMର ଓଡିଶା ପ୍ରଦେଶ ସଭାପତି ଅଞ୍ଜନୀ ସୋରେନ ମାରାଣ୍ଡି ପ୍ରେସ ବିଜ୍ଞପ୍ତି ଜରିଆରେ ଇଂ ରାମଚନ୍ଦ୍ର ହାଁସଦାଙ୍କୁ ଦଳରୁ ନିଲମ୍ବନ କରାଯିବା ନେଇ ସୂଚନା ଦେଇଛନ୍ତି ।
ରାମଚନ୍ଦ୍ର ହାଁସଦା ମୟୁରଭଞ୍ଜର ଜଣେ ଟାଣୁଆ ନେତା ଭାବେ ପରିଚିତ । ସେ 2012 ମସିହାରେ NCP ଛାଡି ବିଜେଡିରେ ସାମିଲ ହୋଇଥିଲେ । ପରେ ବିଜେଡିରୁ ବିଦା ହେବା ପରେ JMM ଦଳରେ ସାମିଲ ହୋଇ ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ୱ ତୁଲାଇ ଆସୁଥିଲେ । ତେବେ ଗୁରୁବାର ରାମଚନ୍ଦ୍ର ହାଁସଦାଙ୍କୁ 6ବର୍ଷ ପାଇଁ ନିଲମ୍ବିତ କରିଛି JMM ।
ଇଟିଭି ଭାରତ, ମୟୂରଭଞ୍ଜ