ETV Bharat / state

ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ - ମହିଳାଙ୍କ ମୃତଦେହ ଉଦ୍ଧାର ଖବର

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ । ଅଧିକ ପଢନ୍ତୁ

ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

author img

By

Published : May 29, 2022, 10:04 PM IST

ରାଇରଙ୍ଗପୁର: ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ କୁମ୍ଭିର୍ଦା ଗାଁରେ । ଖବର ପାଇ ପୋଲିସର ତନାଘନା ଜାରି ।

ସୂଚନା ଅନୁଯାୟୀ, ଗତକାଲି(ଶନିବାର) ରାତିରେ ଘରେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖି ପରିବାର ଲୋକେ ରରୁଆଁ ଥାନା ପୋଲିସକୁ ଖବର ଦେଇଥିଲେ । ଆଜି(ରବିବାର) ଭୋରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ ପାଇଁ ମୃତଦେହ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇବା ସହ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଡକାଇ ତଦନ୍ତ ଆରମ୍ଭ କରିଛି ।

ମୃତ ମହିଳା ଜଣକ ନୀଳମଣି ମୁଣ୍ଡାଙ୍କ ସ୍ତ୍ରୀ ମାନୀ ମୁଣ୍ଡା ବୋଲି ଜଣାପଡିଛି । ସେପଟେ ମୃତ ମାନୀ ମୁଣ୍ଡାଙ୍କ ବାପା ମୁରଲୀ ମୁଣ୍ଡା ଝିଅକୁ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ତେବେ ସାଇଣ୍ଟିଫିକ ଟିମର ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.