ବାରିପଦା: ଲଗାଣ ବର୍ଷାରେ ବେହାଲ ହୋଇପଡିଛି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ । ଗତ ଶନିବାର ଠାରୁ ଲାଗି ରହିଥିବା ବର୍ଷାରେ ଗୋଟିଏ ବୁଢାମରା ଗାଁର ପ୍ରାୟ 100ରୁ ଊର୍ଦ୍ଧ୍ବ ପରିବାର ଏବେ ଜଳବନ୍ଦୀ । ଘର ଦ୍ବାର ସବୁଠି କେବଳ ପାଣି ଆଉ ପାଣି । ତେଣୁ ଗାଁରେ ନୂଆ କରି ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ରାସ୍ତା ଜଳବନ୍ଦୀ ହେବାର କାରଣ ହୋଇଥିବାରୁ ଲୋକେ ତାକୁ ତାଡି ଦେଇଛନ୍ତି ।
ଲୋକଙ୍କ ଅଭିଯୋଗ ଅନୁଯାୟୀ, ସରକାର ରାସ୍ତା କଲେ ହେଲେ ପୋଲ କଲେ ନାହିଁ । ଫଳରେ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ । ଯାହା ଫଳରେ ଶତାଧିକ ପରିବାର ଏବେ ଜଳବନ୍ଦୀ । ଏପରିକି ଘରେ ପାଣି ପଶି ଥିବାରୁ 2ଦିନ ହେଲାଣି ଲୋକଙ୍କ ଘରେ ଚୁଲି ଜଳିନି । ପୋଲଟିଏ ନଥିବାରୁ ଲୋକେ ଏଭଳି ଦୁର୍ଦ୍ଦଶା ଭୋଗୁଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ