ETV Bharat / state

ରେଳଧାରଣାରେ 10 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପଡିରହିଲା ମୃତଦେହ - rairangpur railway station

ରାଇରଙ୍ଗପୁର ରେଲୱେ ଷ୍ଟେସନ ନିକଟରେ ଅଭାବନୀୟ ଘଟଣା । ଟ୍ରେନରେ କଟି ବୃଦ୍ଧଙ୍କ ମୃତ୍ୟୁ ଘଟିବାର ଦଶ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡିନଥିଲା । ସଂଧ୍ୟାରେ ଜିଆରପି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ଫଟୋସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Nov 22, 2019, 11:25 PM IST

ରାଇରଙ୍ଗପୁର: ରାଇରଙ୍ଗପୁର ରେଳଷ୍ଟେସନ ନିକଟରେ ଟ୍ରେନରେ କଟି ବୃଦ୍ଧଙ୍କ ମୃତ୍ୟୁ ଘଟିବାର ଦଶ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡିନଥିଲା । ଅବହେଳା ଯୋଗୁଁ ବୃଦ୍ଧଙ୍କ ମୃତଦେହ ସେହି ରେଳଲାଇନ ଉପରେ ପଡିରହିଥିବା ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର ଟାଉନ ଥାନା ଅଧିନ ଇଚିଣ୍ଡାର ନରେଶ ମହାନ୍ତ ଦୀର୍ଘ ଦିନରୁ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ମାନସିକ ଚାପରେ ରହୁଥିଲେ। ତେବେ କଷ୍ଟ ସହି ନ ପାରି ଆତ୍ମହତ୍ୟା କରିବା ପାଇଁ ଟ୍ରେନ ତଳେ ଯାଇ କଟି ଯାଇଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି । ସକାଳ ୬ଟାରୁ ବୃଦ୍ଧଙ୍କ ମୃତଦେହ ରେଳ ଲାଇନରେ ପଡିଥିବାର ଖବର ଜଣାପଡିବା ପରେ ମଧ୍ୟ ରେଳବାଇ ପୋଲିସର ଦେଖା ଦର୍ଶନ ନଥିଲା । ସେହି କଟା ମୁଣ୍ଡ ଉପର ଦେଇ ଟ୍ରେନ ଚଳାଚଳ କରୁଥିବାର ଦେଖିବାକୁ ମିଳିଥିଲା । ତେବେ ଦଶ ଘଣ୍ଟାରୁ ଉର୍ଦ୍ଧ୍ବ ମୃତଦେହ ପଡି ରହିବା ପରେ ରାଉଲକେଲା ଡିଭିଜନ ଝରାଡିହି ଆଉଟପୋଷ୍ଟରୁ ଜିଆରପି ପୋଲିସ ସନ୍ଧ୍ୟା ପ୍ରାୟ ୫ଟାରେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ରାତି ୨ଟାରୁ ୩ଟା ମଧ୍ୟରେ ବାଦାମପାହାଡରୁ ଟାଟାନଗର ଯାଉଥିବା ମାଲବାହୀ ଟ୍ରେନରେ ଏହି ଦୁର୍ଘଟଣା ଘଟିଥିବା ତଦନ୍ତରୁ ଜଣାପଡିଛି ।

ଜିଆରପି ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ । ଶନିବାର ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଟ୍ରେନ ରେ କଟି ବୃଦ୍ଧ ଙ୍କ ମୃତ୍ୟୁ ଘଟିବା ଖବର ଜଣାପଡିବାର ଦଶ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ର ଅବହେଳା ଯୋଗୁଁ ବୃଦ୍ଧଙ୍କ ଶବ ସେହି ରେଳ ଲାଇନ ଉପରେ ପଡିରହିଥିଲା। ମୁଣ୍ଡ ଟି ରେଳ ଲାଇନ ମଝିରେ ରହିଥିବା ବେଳେ ଗଣ୍ଡିଟି ରେଳ ଲାଇନ କଡ଼ରେ ପଡିରହିଥିଲା। ଏପରି ଅମାନବୀୟ ତଥା ଅଭାବନୀୟ ଘଟଣା ରାଇରଙ୍ଗପୁର ସହରର ରାଇରଙ୍ଗପୁର ରେଲୱେ ଷ୍ଟେସନ ନିକଟରେ ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ ରାଇରଙ୍ଗପୁର ଟାଉନ ଥାନା ଅଧିନ ଇଚିଣ୍ଡା ର ନରେଶ ମହାନ୍ତ ଦୀର୍ଘ ଦିନରୁ କ୍ୟାନସର ରୋଗ ରେ ଆକ୍ରାନ୍ତ ହୋଇ ମାନସିକ ଚାପରେ ରହୁଥିଲେ। ତେବେ କଷ୍ଟ ସହି ନ ପାରି ଆତ୍ମହତ୍ୟା କରିବା ପାଇଁ ଟ୍ରେନ ତଳେ ଯାଇ କଟି ଯାଇଥିବା ପରିବାର ଲୋକଙ୍କ ଠାରୁ ସୂଚନା ମିଳିଛି। ସକାଳ ୬.୦୦ ସମୟରୁ ବୃଦ୍ଧଙ୍କ ମୃତ ଦେହ ରେଳ ଲାଇନ ରେ ପଡିଥିବାର ଖବର ଜଣାପଡିବା ପରେ ମଧ୍ୟ ରେଳବାଇ ପୋଲିସ ର କୋୖଣସି ଦେଖା ଦର୍ଶନ ନ ଥିଲା। ସେହି କଟା ମୁଣ୍ଡ ଉପର ଦେଇ ଟ୍ରେନ ଚଳାଚଳ କରୁଥିବାର ଦେଖିବାକୁ ମିଳିଥିଲା। ତେବେ ଦଶ ଘଣ୍ଟା ରୁ ଉର୍ଦ୍ଧ୍ବ ଶବ ପଡି ରହିବା ପରେ ରାଉଲକେଲା ଡିଭିଜନ ଝରାଡିହି ଆଉଟପୋଷ୍ଟ ରୁ ଜିଆରପି ପୋଲିସ ସନ୍ଧ୍ୟା ପ୍ରାୟ ୫.୦୦ ସମୟରେ ଘଟଣସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ପରେ ଜଣା ପଡିଥିଲା ଯେ ରାତି ୨.୦୦ ରୁ ୩.୦୦ ମଧ୍ୟରେ ବାଦାମପାହାଡ ରୁ ଟାଟାନଗର ଯାଉଥିବା ମାଲବାହୀ ଟ୍ରେନରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଜିଆରପି ପୋଲିସ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ। ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବାର ସୂଚନା ମିଳିଛି। ଏ ନେଇ ରାଇରଙ୍ଗପୁର ସହରର ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Body:x

Conclusion:x
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.