ବାରିପଦା: ଦିନଟିଏ ପରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାର ୨୬ ଟି ବ୍ଲକ ମଧ୍ୟରୁ ୭ ଟି ବ୍ଲକର ୧୫ଟି ଜିଲ୍ଲା ପରିଷଦ ଜୋନ ଲାଗି ୧୫୦୧ ବୁଥରେ ହେବ ମତଦାନ। ଶାନ୍ତିପୂର୍ଣ୍ଣ ମତଦାନ ଲାଗି ଜିଲ୍ଲା ପୋଲିସ ପକ୍ଷରୁ ଆଜି ଠାରୁ ଆରମ୍ଭ ହୋଇଛି ବ୍ୟାପକ ବ୍ୟବସ୍ଥା ।
ଏହାବି ପଢନ୍ତୁ : Panchayat Poll: କେମିତି ଦେବେ ଭୋଟ ? ନିୟମ କହିଲେ SECଙ୍କ ସଚିବ
ଜିଲ୍ଲାର ସମସ୍ତ ଥାନା ଓ ପୋଲିସ କର୍ମଚାରୀମାନେ ଆଜି(ସୋମବାର) ବାରିପଦା ପୋଲିସ ପଡିଆରେ ପହଞ୍ଚି ଜିଲ୍ଲା ଏସପିଙ୍କୁ ରିପୋର୍ଟ କରିଛନ୍ତି। ଆଜିଠାରୁ(ସୋମବାର) ଆସନ୍ତାକାଲି ସକାଳ ସୁଦ୍ଧା ସମସ୍ତ ୧୫୦୧ ବୁଥକୁ ପୋଲିସ ଫୋର୍ସ ମୁତୟନ କରାଯିବ। ପୋଲିସ ପକ୍ଷରୁ ୩୦୦ ପୋଲିସ ଅଫିସର ସହିତ ୪୦ ପ୍ଲାଟୁନ ପୋଲିସ ଓ ୭୦ ମୋବାଇଲ ୟୁନିଟ୍ ମତଦାନ କେନ୍ଦ୍ର ଗୁଡିକରେ ଶାନ୍ତିପୂର୍ଣ୍ଣ ମତଦାନ ଲାଗି ମୁତୟନ ହେବେ।
ନିର୍ବାଚନ ପରିଚାଳନା ପାଇଁ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ବିଭିନ୍ନ ବୁଥରେ ପହଞ୍ଚାଇବା ଲାଗି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ୫୦ ଟି ବସ, ୧୧୬ ଟି ଚାରି ଚକିଆ ଯାନ ଯୋଗାଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ