ETV Bharat / state

ଶ୍ବଶୁର ତୀର ମାଡରେ ବୋହୂ ଗୁରୁତର - rairangpur news

ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ଶିମିଳିପାଳ ପାଦଦେଶରେ ଥିବା ତୁଳସୀବଣି ଗ୍ରାମରେ ଅଘଟଣ । ଶ୍ବଶୁରର ତୀର ମାଡର ବୋହୂ ଗୁରୁତର । ଅଧିକ ପଢନ୍ତୁ...

Daughter-in-law is seriously injured in rairangpur
ଶ୍ବଶୂର ତୀର ମାଡରେ ବୋହୂ ଗୁରୁତର
author img

By

Published : Jun 16, 2020, 4:02 PM IST

ରାଇରଙ୍ଗପୁର: ଶ୍ବଶୁରର ତୀର ମାଡରେ ବୋହୂ ଗୁରୁତର । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ଶିମିଳିପାଳ ପାଦଦେଶରେ ଥିବା ତୁଳସୀବଣି ଗ୍ରାମରେ । ସୋମବାର ସମସ୍ତେ ରଜ ସଂକ୍ରାନ୍ତିରେ ମସଗୁଲ ଥିବାବେଳେ ଏଭଳି ଘଟଣା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଶ୍ବଶୁର ତୀର ମାଡରେ ବୋହୂ ଗୁରୁତର

ସୂଚନାନୁସାରେ, ସୋମବାର ସନ୍ଧ୍ୟା ସମୟରେ ଶାଶୁ ସହିତ ବୋହୂର କଥା କଟାକଟି ହୋଇଥିଲା । ଏଥିରେ ରାଗି ଯାଇ ଶ୍ବଶୁର ନାଉରୁ ହୋ ନିଜ ବୋହୂ ବୁରସୁ ହୋର ନାଭି ତଳକୁ ଲକ୍ଷ୍ୟ କରି ତୀର ମାଡ କରିଥିଲା । ଏଥିରେ ବୁରସୁ ଗୁରୁତର ହୋଇପଡିଥିଲା । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଯଶିପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଅସ୍ତ୍ରୋପଚାର କରିବା ପରେ ତୀରଟି ବାହାର କରିଥିଲେ ମଧ୍ୟ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବୁରସୁକୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ସେପଟେ ଏହି ଘଟଣାରେ ଯଶିପୁର ଥାନା ପୋଲିସ ତଦନ୍ତ ଜାରି ରଖିବା ସହ ଶ୍ବଶୁର ନାଉରୁ ହୋକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.