ETV Bharat / state

ମୟୂରଭଞ୍ଜରେ ବୃଦ୍ଧି ପାଉଛି ବେକାରୀ ସମସ୍ୟା, ରୋଜଗାର ଯୋଗାଇଦେବାକୁ ଦାବି

ଗଡଜାତ ଅମଳରୁ ଲୁହାପଥର ରପ୍ତାନୀ ପାଇଁ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ମୟୂରଭଞ୍ଜ । କିନ୍ତୁ ଏକ୍ଷେତ୍ରରେ ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ ମିଳୁନି ରୋଜଗାର ।

bekari mukta mayurbhanj
ବେକାରୀ ମୁକ୍ତ ମୟୂରଭଞ୍ଜ
author img

By

Published : Sep 5, 2020, 2:47 PM IST

ବାରିପଦା: ଗଡଜାତ ଅମଳରୁ ଲୁହାପଥର ରପ୍ତାନୀ ପାଇଁ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ମୟୂରଭଞ୍ଜ । ଏଠାରୁ ଲୁହାପଥର ନେଇ କମ୍ପାନୀମାନେ ବାହାର ରାଜ୍ୟରେ କଳକାରଖାନା ଖୋଲି ହଜାର ହଜାର କୋଟି ଟଙ୍କା କମାଉଛନ୍ତି କିନ୍ତୁ ଜିଲ୍ଲାର ବେକାର ଯୁବକଯୁବତୀମାନେ କାମ ଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।

ମୟୂରଭଞ୍ଜରେ ବୃଦ୍ଧି ପାଉଛି ବେକାରୀ ସମସ୍ୟା, ରୋଜଗାର ଯୋଗାଇଦେବାକୁ ଦାବି

ଏହା କାରଣରୁ ‘ବେକାରୀ ମୁକ୍ତ ମୟୂରଭଞ୍ଜ’ ଏକ କ୍ୟାମ୍ପେନ କରି ଜିଲ୍ଲାରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ପାଇଁ ଦାବି କରିଛି । କଳକାରଖାନା ପ୍ରତିଷ୍ଠା, ପର୍ଯ୍ୟଟନ ଶିଳ୍ପ, ସବାଇ ଓ ବାଉଁଶ ଶିଳ୍ପ ଆଦିର ବିକାଶ ଦିଗରେ ରୋଜଗାର ଯୋଗାଇ ଦେବାକୁ ଦାବି କରାଯାଇଛି । ବେକାରୀ ମୁକ୍ତ ମୟୂରଭଞ୍ଜ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଏ ବାବଦରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।

ରାଜ୍ୟ ଓ କେନ୍ଦ୍ର ସରକାର ଯଦି ଜିଲ୍ଲାରେ ବ୍ୟାପକ ନିଯୁକ୍ତି ସୃଷ୍ଟି ନିମନ୍ତେ ସ୍ବତନ୍ତ୍ର ଧ୍ୟାନ ନଦିଅନ୍ତି ତେବେ ଆଗାମୀ ଦିନରେ ମୟୂରଭଞ୍ଜ ଜିଲ୍ଲାରୁ ଲୁହାପଥର ରପ୍ତାନୀକୁ ଦୃଢ ବିରୋଧ କରାଯିବ ବୋଲି ବେକାରୀ ମୁକ୍ତ ମୟୂରଭଞ୍ଜ ସଂଗଠନ ପକ୍ଷରୁ ଚେତାବନୀ ଦେଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.