ETV Bharat / state

ଏଟିଏମ ଲୁଟିବାକୁ ଆସି ଫେଲ ମାରିଲେ ଦୁର୍ବୃତ୍ତ

ଏଟିଏମ୍ରୁ ଲୁଟ ଉଦ୍ୟମ ବେଳେ ବିଫଳ ହେଲେ ଦୁର୍ବୃତ୍ତ । ଭଙ୍ଗାରୁଜା ଶବ୍ଦ ଶୁଣି ଘର ମାଲିକ ଏଟିଏମ ପାଖକୁ ଆସିବାରୁ ଫେରାର ହୋଇଯାଇଥିଲା ଦୁର୍ବୃତ୍ତ । ଅଧିକ ପଢନ୍ତୁ...

atm loot
ଏଟିଏମ୍ ଲୁଟିବାରେ ବିଫଳ ଦୁର୍ବୃତ୍ତ
author img

By

Published : Feb 26, 2020, 5:12 PM IST

ରାଇରଙ୍ଗପୁର: ଏଟିଏମ୍ ଭାଙ୍ଗି ଲୁଟ ଉଦ୍ୟମ କରି ବିଫଳ ହେଲେ ଦୁର୍ବୃତ୍ତ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ବସଷ୍ଟାଣ୍ଡ ଛକରେ ବିଳମ୍ବିତ ରାତିରେ ଏପରି ଲୁଟ ଉଦ୍ୟମ ହୋଇଥିବା ଜଣାପଡିଛି।

ଏଟିଏମ୍ ଲୁଟିବାରେ ବିଫଳ ଦୁର୍ବୃତ୍ତ

ରାଇରଙ୍ଗପୁର ବସଷ୍ଟାଣ୍ଡ ଛକରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ କରିଥିଲେ ଜଣେ ମୁଖାପିନ୍ଧା ଦୁର୍ବୃତ୍ତ । ଦୁର୍ବୃତ୍ତ ଜଣକ ପ୍ରଥମେ ସିସି କ୍ୟାମେରା ଭାଙ୍ଗି ଥିଲେ, ପରେ ଲୁହା ରଡ଼ ଓ ପଥର ସାହାଯ୍ୟରେ ଏଟିଏମ ଭାଙ୍ଗିଥିବା ସୂଚନା ମିଳିଛି। ତେବେ ଭଙ୍ଗାରୁଜା ଶବ୍ଦ ଶୁଣି ଘର ମାଲିକ ରଞ୍ଜନ ସେଠୀ ଏଟିଏମ ପାଖକୁ ଆସିଥିଲେ । ତେବେ ସେ ଏଟିଏମ ପାଖକୁ ଯିବାରୁ ଦୁର୍ବୃତ୍ତ ଜଣକ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିବା ସହ ଫେରାର ହୋଇଯାଇଥିଲେ । ସୂଚନା ଅନୁଯାୟୀ ଉକ୍ତ ଏଟିଏମରେ 11ଲକ୍ଷ ଟଙ୍କା ଥିବା ଜଣା ପଡିଛି । ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରି ରହିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.