ମାଲକାନଗିରି: ପଡିଆ ବ୍ଲକ ମାଟେରୁ ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା । ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ଗୋଡ ଖସି ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନାଅନୁସାରେ ନୀଳଗୁଡା ଗ୍ରାମର ପଦିଆ ପଡିଆମି ବୁଧବାର ସନ୍ଧ୍ୟାରେ ଜମିରୁ କାମ ସାରି ଘରକୁ ଫେରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ବହୁତ ସମୟ ହେବ ପଦିଆ ଘରକୁ ନ ଫେରିବାରୁ ଘର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ତେବେ ଗୁରୁବାର ସକାଳୁ ପଦିଆଙ୍କ ସ୍ତ୍ରୀ ଭିମେ ଗାଁ ମୁଣ୍ଡ ପୋଖରୀରେ ପଦିଆଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ ।
ଏହା ପରେ ପଦିଆଙ୍କ ସ୍ତ୍ରୀ ଗ୍ରାମବାସୀଙ୍କୁ ଡାକିଥିଲେ । ଗାଁ ଲୋକ ଆସି ପଦିଆଙ୍କୁ ପୋଖରୀରୁ ବାହାରକୁ ଆଣିଥିଲେ । ଘଟଣାର ଖବର ପାଇ ପଡିଆ ଥାନା ଅଧିକାରୀ ରଞ୍ଜନ କୁମାର ମାଝୀଙ୍କ ତତ୍ତ୍ଵାବଧାନରେ ଏଏସ୍ଆଇ ଅମୂଲ୍ୟ କୁମାର ଡୁରକା ଘଟଣାସ୍ଥଳକୁ ଯାଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କାଲିମେଳା ପଠାଇଥିବା କହିଛନ୍ତି । ଏ ନେଇ ପଡିଆ ଥାନାରେ ୧୧/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା କୁହାଯାଇଛି । ଅନ୍ୟପଟେ ପଦିଆର ମୂର୍ଚ୍ଛା ରୋଗ ଥିବାରୁ ଗାଧୋଇବା ସମୟରେ ପୋଖରୀକୁ ଖସି ପାଣିରେ ବୁଡି ମୃତ୍ୟୁ ହୋଇଥିବା ପରିବାର ଲୋକ ଅନୁମାନ କରୁଥିବା ଅଭିଯୋଗରେ ଦର୍ଶାଇଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ