ETV Bharat / state

ବର୍ଷା ଛାଡିବା ପରେ ମାଲକାନଗିରିରେ ସୁଧୁରୁଛି ସ୍ଥିତି

ମାଲକାନଗିରି ଜିଲ୍ଲାରେ ବର୍ଷା କମିବା ପରେ ଧିରେ ଧିରେ ସୁଧୁରିବାରେ ଲାଗିଛି ସ୍ଥିତି । ଏବେ ବି ଅଧିକାଂଶ ଅଞ୍ଚଳ ଏବେ ବି ପାଣି ଘେରରେ ରହିଛି ।

flood-area
ମାଲକାନଗିରିରେ ସୁଧୁରୁଛି ସ୍ଥିତି
author img

By

Published : Aug 19, 2020, 1:51 PM IST

ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବର୍ଷା କମିବା ପରେ ଧିରେ ଧିରେ ସୁଧୁରିବାରେ ଲାଗିଛି ସ୍ଥିତି । ଅଧିକାଂଶ ଅଞ୍ଚଳ ଏବେ ବି ପାଣି ଘେରରେ ରହିଛି । ତେବେ ପୋଲାଭରମର ବ୍ୟାକଲକ ୱାଟର ଯୋଗୁଁ ମୋଟୁରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି।

ମାଲକାନଗିରିରେ ସୁଧୁରୁଛି ସ୍ଥିତି

4 ଦିନ ଧରି ଜଳମଗ୍ନ ଥିବା ମୋଟୁର ମୁଗି ପଏଣ୍ଟରୁ ଏବେ ଜଳ ହ୍ରାସ ପାଇଛି । ବନ୍ୟା ପାଣିରେ ବୁଡି ରହିଥିଲା ମୋଟୁ ମୁଗି ପଏଣ୍ଟ ସମେତ ଆଖପାଖରେ ଅନେକ ଗ୍ରାମ। ମୋଟୁ ତହସିଲର ଅନେକ ଗ୍ରାମ 4 ଦିନ ଧରି ଜଳବନ୍ଦୀ ଥିବାବେଳେ,ଆଜି(ବୁଧବାର) ବହୁତ ଗ୍ରାମରୁ ଜଳ ହ୍ରାସ ପାଇଛି । ଲଗାଣ ବର୍ଷା ଯୋଗୁଁ ଗୋଦାବରୀ ନଦୀ ଫୁଲି ଯାଇଥିବାରୁ ପାଣି ଘେରରେ ମୋଟୁ ଅଞ୍ଚଳ ରହିଥିଲା । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ମୋଟୁ ତହସିଲର ଅନେକ ଗାଁରେ ବୁଧବାର ସାମାନ୍ୟ ସୁଧାର ଆସିଛି।

ଗୋଦାବରୀ ନଦୀରୁ ଜଳ ନିଷ୍କାସନ ହୋଇ ନପାରିବାରୁ ସାବେରି ଓ ସିଲେରୁ ନଦୀର ଜଳ ପତ୍ତନ ବୃଦ୍ଧି ପାଇଛି । ଏହି କାରଣରୁ ପ୍ରତିବର୍ଷ ଲଗାଣ ବର୍ଷାରେ ମୋଟୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ସାବେରି ଓ ସିଲେରୁ ନଦୀ କୂଳିଆ ଅଞ୍ଚଳରେ ରେ ଏବେ ବନ୍ୟା ଜଳ ବହୁ ମାତ୍ରାରେ ହ୍ରାସ ପାଇଛି । ମୋଟୁ ବସଷ୍ଟାଣ୍ଡ ମୋଟୁ ମଧୁସୂଦନ ପାର୍କରୁ ବନ୍ୟା ଜଳ ଧୀରେ ଧୀରେ ଖସିବାରେ ଲାଗିଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.