ମାଲକାନଗିରି: ପଞ୍ଚାୟତ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛି ବିଜେଡି । ତେବେ ଆଜି ମାଲକାନଗିରିରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଏହି ଅଭିଯୋଗ କରିଛି । ସେହିପରି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ସହ ଜିଲ୍ଲାରେ ମଣ୍ଡି ସମସ୍ୟା ନେଇ କଂଗ୍ରେସ ଅଭିଯୋଗ ଆଣିଛି ।
ଶାସକ ବିଜେଡି ଏକଛତ୍ରବାଦ ଶାସନ ଚଳାଇଛି । ଦଳର ନିର୍ବାଚନୀ ପ୍ରଚାରରେ ସରକାରୀ ଅଧିକାରୀ ଓ କର୍ମଚାରୀ ସାମିଲ ହେଉଥିବା କଥା ମଧ୍ୟ କଂଗ୍ରେସ ଅଭିଯୋଗ କରିଛି । ଏଥିସହ ସଦର ମହକୁମାର ଏକ ହୋଟେଲ ସଭା ଗୃହରେ ସମ୍ମିଳନୀ କରିଥିଲା ବିଜେଡି ।
ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପାତ୍ର, କଂଗ୍ରେସ ପର୍ଯ୍ୟବେକ୍ଷକ ଭୁଜବଳ ମାଝି, ଶରତ ଚନ୍ଦ୍ର ବୁରୁଦା, ପ୍ରଭାକର ପାଳ, ଜି ଶ୍ରୀନିବାସ ରାଓ, ପଦ୍ମ ପାଙ୍ଗୀ, ପି. କେଶୁରାଓ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଏହି ସବୁ ଅଭିଯୋଗ ଆଣିଛନ୍ତି ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ