ମାଲକାନଗିରି: ଆସିପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହା ହେଲେ ରୋଗୀ। ରାସ୍ତା ଖରାପ ଯୋଗୁଁଜିଲ୍ଲାର ତାଗାବେଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ।
ସୂଚନା ମୁତବାକ, ତାଗାବେଡା ଗ୍ରାମର ସମା କିର୍ଶାନୀ ନାମକ ଯୁବକର ଗୋଡ ଭାଙ୍ଗି ଯାଇଥିବା ଡାକ୍ତରଖାନା ଯିବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ହେଲେ ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗ୍ରାମକୁ ଆସିପାରିନଥିଲା। ଫଳରେ ରୋଗୀଙ୍କୁ ଭାର ସାହାଯ୍ୟରେ ଡାକ୍ତରଖାନାକୁ ନିଆଯାଇଥିଲା।
ତେବେ ଏପରି ଘଟଣା ଏ ଅଞ୍ଚଳ ପାଇଁ ନୂଆ ନୁହଁ। ବାରମ୍ବାର ରୋଗୀ ହୁଅନ୍ତୁ କି ଗର୍ଭବତୀ ଭାରରେ ବୁହା ହୋଇ ଡାକ୍ତରଖାନା ଯାଉଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଏ ବିକାଶମୂଳକ ଯୋଜନା କେଉଁଆଡେ ଆଉ କାହା ପାଇଁ? ଉପାନ୍ତ ଜିଲ୍ଲାର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ। ଲୋକେ ଆଜି ବି ବିକାଶର ରାହାରେ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ନ୍ୟୁଜ